ଭୁବନେଶ୍ୱର ୨୩-୫ (ଓଡ଼ିଆ ପୁଅ) ସମ୍ଭାବ୍ୟ ବାତ୍ୟା ୟଶ୍ କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଆସନ୍ତା ୨୪ରୁ ୨୭ ତାରିଖ ମଧ୍ୟରେ ୧୬ ଟି ଟ୍ରେନକୁ ବାତିଲ କରିଛି। ଏ ନେଇ ପୂର୍ବତଟ ରେଳବାଇ ଏକ ବିଜ୍ଞପ୍ତି ଜାରୀ କରିଛି।
Due to Cyclone YAAS, it is decided to cancel various trains orig/destination from/at Bhubaneswar & Puri and trains passing through ECoR in Howrah-Chennai Main Line. These trains are …@DRMKhurdaRoad @DRMSambalpur @DRMWaltairECoR pic.twitter.com/tqFlJG2JpT
— East Coast Railway (@EastCoastRail) May 23, 2021
ଏହା ପୂର୍ବରୁ, ପୂର୍ବ ରେଳପଥ ଆସନ୍ତା ୨୪ରୁ ୨୯ ତାରିଖ ମଧ୍ୟରେ ୨୫ଟି ଟ୍ରେନକୁ ବାତିଲ କରିଥିଲା। ଏବଂ ପୂର୍ବତଟ ରେଳବାଇ ମଧ୍ୟ ୭୪ଟି ଟ୍ରେନ ବାତିଲ୍ କରିଥିଲା।
ବାତ୍ୟା ୟଶକୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ୨୫ଟି ଟ୍ରେନ ବାତିଲ କଲା ପୂର୍ବ ରେଳପଥ
ସୂଚନାଯୋଗ୍ୟଯେ, ପୂର୍ବ ମଧ୍ୟ ବଙ୍ଗୋପସାଗ ଲଘୁଚାପ ସୃଷ୍ଟି ହୋଇଥିବା ଏବେ କେନ୍ଦୀଭୂତ ହୋଇ ଏହା ଅବପାତରେ ପରିଣତ ହେବା ପରେ ବର୍ତ୍ତମାନ ବାତ୍ୟାରେ ପରିଣତ ହୋଇଛି। ଯାହାକି ପୋର୍ଟ ବ୍ଲେୟାର (ଆଣ୍ଡାମାନ ଦ୍ୱୀପପୁଞ୍ଜ) ର ଉତ୍ତର-ଉତ୍ତର-ପଶ୍ଚିମ ଦିଗରୁ ପ୍ରାୟ ୫୬୦ କିଲୋମିଟର, ପାରାଦୀପଠାରୁ ପୂର୍ବ-ଦକ୍ଷିଣ ପୂର୍ବରେ ୫୯୦ କିଲୋମିଟର ବାଲାସୋରର ଦକ୍ଷିଣ-ଦକ୍ଷିଣ ପୂର୍ବଠାରୁ ୬୯୦ କିଲୋମିଟର ଏବଂ ଦିଗାଠାରୁ ୬୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଦୀଗରେ କେନ୍ଦୀଭୂତ ହୋଇଛି।
ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୪ ମଇ ସକାଳେ ଏକ ସାମୁଦ୍ରୀକ ଝଡ଼ରେ ପରିଣତ ହେବ ଏବଂ ଏହା ୨୪ ଘଣ୍ଟା ପରେ ଅତି ଭୟଙ୍କର ସାମୁଦ୍ରୀକ ଝଡ଼ରେ ପରିଣତ ହେବ।
୨୬ ମଇ ସକାଳ ସୁଦ୍ଧା ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ ଯାହାକି ପାରାଦୀପ ଏବଂ ସାଗର ଦ୍ୱୀପପୁଞ୍ଜ ମଧ୍ୟରେ ଉତ୍ତର ଓଡିଶା – ପଶ୍ଚିମବଙ୍ଗ ଦେଇ ପାର ହେବାର ସମ୍ଭାବନା ବହୁତ ଅଧିକ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୨୩ ତାରିଖରୁ ବଙ୍ଗୋପ ସାଗର ମଧ୍ୟରେ ପବନର ବେଗ ୪୫ କିମି ପ୍ରତି ଘଣ୍ଟାରୁ ଆରମ୍ଭ ହୋଇ ବୃଦ୍ଧିପାଇବ ଏବଂ ପରେ ବାତ୍ୟା ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୬୫ କିଲୋମିଟର ରହିପାରେ। ମଝିରେ ମଝିରେ ଏହା ୧୮୫ କି.ମି ମଧ୍ୟ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ୭୪ଟି ଟ୍ରେନକୁ ବାତିଲ୍ କଲା – ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା