Odiapua.com

କୋରୋନା ଯୋଗୁଁ ଚୂଡ଼ା-ଘଷାର ମହକ ଫିକା ପଡ଼ିଗଲା

ପୁରୀ, ୨୬/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସତ୍ୟବାଦୀର ଗୋପିନାଥଜୀଙ୍କ ମନ୍ଦିରରେ ଏକାଦଶୀ ଅବସରରେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନେ ମନ୍ଦିର ପରିସରରେ ଚୂଡ଼ାଘଷା ପ୍ରସ୍ତୁତ କରି ଠାକୁରଙ୍କୁ ଭୋଗ କରିଥାନ୍ତି। କିନ୍ତୁ, ଚଳିତ ବର୍ଷ କୋଭିଡ଼୍ କଟକଣା ଯୋଗୁଁ ଶ୍ରୀଗୋପିନାଥଜୀଙ୍କ ମନ୍ଦିର ପରିସର ଖାଁ-ଖାଁ ଲାଗୁଥିଲା। ଶ୍ରଦ୍ଧାଳୁ ଭକ୍ତମାନଙ୍କର ମଧ୍ୟ ଗହଳି ଚହଳି ନଥିଲା। ସବୁ ବର୍ଷ ପରି ବୁଧବାରଦିନ ଭକ୍ତମାନଙ୍କର ଚୂଡ଼ାଘଷା ପ୍ରସ୍ତୁତ କରିବା ଦେଖା ଯାଇନଥିଲା। ସବୁ ବର୍ଷ ଶହ ଶହ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଚୂଡ଼ାଘଷାର ମହକ କୋରୋନା ଯୋଗୁଁ ଫିକା ପଡ଼ିଯାଇଥିଲା। ଅଁଳା ନବମୀ ଦିନ ଠାରୁ ଏକାଦଶୀ ତିଥିରେ ଦୂରଦୂରାନ୍ତର ଗ୍ରାମାଞ୍ଚଳରୁ ଲୋକମାନଙ୍କର ବେଶ୍ ଭିଡ଼ ଜମିଥାଏ। କିନ୍ତୁ, କୋରୋନା ସମସ୍ତଙ୍କ ମନରୁ ଆନନ୍ଦ ଫିକା ପକାଇଦେଇଥିଲା।