Odiapua.com

ଡ୍ରଗ୍ସ କନେକ୍ସନରେ ସାରା ଅଲ୍ଲୀ ଖାନ୍ ଏବଂ ରାକୁଲ ପ୍ରୀତଙ୍କ ସମେତ ୨୫ ତାରକାଙ୍କ ନାମ!

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତଦନ୍ତ କରୁଛି। ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରୁ କଥା ଆସି ଡ୍ରଗ୍ କନେକ୍ସନ ସହିତ ପହଞ୍ଚିଛି। ଗତ କିଛି ଦିନ ହେବ ଖବର ଆସିଥିଲା ​​ଯେ ଖୁବ୍ ଶୀଘ୍ର ରିୟା ଚକ୍ରବର୍ତ୍ତୀ ବଲିଉଡର ଅନେକ ବଡ଼ ଡ୍ରଗ୍ କନେକ୍ସନ ନାମ ପ୍ରକାଶ କରିପାରନ୍ତି। ଏବେ ସୂଚନା ଅନୁଯାୟୀ, ରିୟା ବି ଟାଉନର ୨୫ଟି ବଡ଼ ନାମ ଉଲ୍ଲେଖ କରିଛନ୍ତି, ଯେଉଁମାନେ ଡ୍ରଗ୍ସ ନେଉଥିଲେ କିମ୍ବା ଡ୍ରଗ୍ ପାର୍ଟିରେ ଜଡ଼ିତ ଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ୨୫ ନାମ ମଧ୍ୟରୁ ପାଞ୍ଚଟି ନାମ ଜଣାପଡ଼ିଛି। ଏଥିରେ ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ ଏବଂ ରାକୁଲ ପ୍ରୀତ ସିଂଙ୍କ ସମେତ ଅନ୍ୟ ତାରକାଙ୍କ ନାମ ରହିଛି। /- ଦେବଦତ୍ତ ରଥ