Odiapua.com

ପ୍ରତିଦିନ ସକାଳେ ପିଅନ୍ତୁ ଲେମ୍ବୁ ପାଣି; ମିଳିବ ଏହି ୧୦ଟି ଜବରଦସ୍ତ ଫାଇଦା ..

ସ୍ୱାସ୍ଥ୍ୟ ଟିପ୍ସ୍: ପ୍ରତିଦିନ ସକାଳେ ଲେମ୍ବୁ ପାଣି ପିଇବା ଦ୍ୱାରା କେବଳ ଯେ ଓଜନ ହ୍ରାସ ହୋଇନଥାଏ, ବରଂ ଏହା ଆପଣଙ୍କ ଶରୀରକୁ ଅନ୍ୟାନ୍ୟ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ପ୍ରତିଦିନ ସକାଳେ ଲେମ୍ବୁ ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ ଏବଂ ଆପଣ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ଦୂରେଇ ରୁହନ୍ତି। ଲେମ୍ବୁ ଭିଟାମିନ୍ ସି ଏବଂ ବି, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, କାର୍ବୋହାଇଡ୍ରେଟ୍ ଭଳି ଔଷଧୀୟ ଗୁଣରେ ଭରପୂର। ଯାହା ଅଜୀର୍ଣ୍ଣ, ପେଟ ବ୍ୟଥା, ମଧୁମେହ ଏବଂ ଯକୃତ ଭଳି ସମସ୍ୟାରୁ ମୁକ୍ତି ଦେବାରେ ଅତ୍ୟନ୍ତ ଲାଭଦାୟକ। ଜାଣନ୍ତୁ, ପ୍ରତିଦିନ ସକାଳେ ଲେମ୍ବୁ ପାଣି ପିଇବାର ଉପକାରିତା –

ସତେଜତାର ଅନୁଭବ –
ଯେତେବେଳେ ଆପଣ ଲେମ୍ବୁ ପାଣି ପିଅନ୍ତି ସେତେବେଳେ ଆପଣ ସତେଜତା ଅନୁଭବ କରନ୍ତି। ଯଦି ଆପଣ ଲେମ୍ବୁ ପାଣି ସହିତ ନିଜର ଦିନ ଆରମ୍ଭ କରନ୍ତି, ତେବେ ଆପଣଙ୍କ ଦିନ ସତେଜରେ ପରିପୂର୍ଣ୍ଣ ରୁହେ। ସକାଳେ ଲେମ୍ବୁ ପାଣି ପିଇବା ଦ୍ୱାରା ଆପଣଙ୍କୁ ଅନ୍ୟାନ୍ୟ ଅନେକ ଲାଭ ମଧ୍ୟ ମିଳିଥାଏ। ତେଣୁ, ଲେମ୍ବୁ ପାଣି ସହିତ ଦିନ ଆରମ୍ଭ କରିବା ଖୁବ୍ ଲାଭଦାୟକ ହୋଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ –
ଲେମ୍ବୁରେ ବାୟୋଫ୍ଲୋବୋନାୟଡ୍, ଭିଟାମିନ୍ ସି ଏବଂ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଭରପୂର ଥାଏ। ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏଥିରେ ଥିବା ଅତ୍ୟାବଶ୍ୟକ ଭିଟାମିନ୍ ଏବଂ ମିନେରାଲ୍ସ ଆପଣଙ୍କ ଶରୀରରେ ଏନର୍ଜି ଲେବଲ୍ (ଶକ୍ତି ସ୍ତର) ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ଓଜନ ହ୍ରାସ –
ଯଦି ଆପଣ ପ୍ରତିଦିନ ସକାଳେ ଲେମ୍ବୁ ପାଣି ପିଅନ୍ତି, ତେବେ ଶରୀରରୁ ଅତିରିକ୍ତ ଫ୍ୟାଟ୍ (ଚର୍ବି) କମିଯାଏ। ଯକୃତରେ ମିଳୁଥିବା ଅନେକ ବିଷାକ୍ତ ପଦାର୍ଥ ଏବଂ ଅପଶିଷ୍ଟ ପଦାର୍ଥ ଶରୀରର ମେଟାବୋଲିଜିମ୍ ଉପରେ ପ୍ରଭାବ ପକାଇଥାଏ। ଯାହା ଶରୀରରେ ଚର୍ବି ବଢ଼ାଇଥାଏ। ଲେମ୍ବୁ ଏହି ଅପଶିଷ୍ଟ ପଦାର୍ଥକୁ ବାହାର କରିବାରେ ଯକୃତକୁ ସାହାଯ୍ୟ କରେ।

ତ୍ୱଚା ସୁସ୍ଥ ରହେ –
ଯଦି ଆପଣ ପ୍ରତିଦିନ ସକାଳେ ଲେମ୍ବୁ ପାଣି ପିଅନ୍ତି, ତେବେ ଏହା ଆପଣଙ୍କ ପାଟିରେ କୁଣ୍ଡେଇ ହେବା, ବ୍ଲାକ୍ ହେଡ୍ ଏବଂ ପିମ୍ପଲ୍ ଚିହ୍ନ ଗାୟବ କରେ। ଲେମ୍ବୁ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡେଣ୍ଟରେ ପରିପୂର୍ଣ୍ଣ ଯାହା ଆପଣଙ୍କ ତ୍ୱଚା କୋଷକୁ ସୁରକ୍ଷିତ ରଖିବା, ଦାଗକୁ ହାଲୁକା କରିବା ଏବଂ ତ୍ୱଚାକୁ ଅଲ୍ଟ୍ରା- ବାଇଗଣି ରଶ୍ମିରୁ ଦୂରେଇ ରଖିବାରେ ସାହାଯ୍ୟ କରେ।

ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦିଏ –
ଲେମ୍ବୁ ଦାନ୍ତର ଯନ୍ତ୍ରଣା ଏବଂ ଜିଙ୍ଗିଭାଇଟିସରୁ ମୁକ୍ତି ଦେଇଥାଏ। ତେବେ, ସାଇଟ୍ରିକ୍ ଏସିଡ୍ ଦାନ୍ତର ଏନାଲ୍ କ୍ଷୟ କରିପାରେ। ତେଣୁ, ଲେମ୍ବୁ ପାଣି ପିଇବା ପରେ ତୁରନ୍ତ ଦାନ୍ତ ଘଷିବା ବନ୍ଦ କରନ୍ତୁ କିମ୍ବା ଲେମ୍ବୁ ପାଣି ପିଇବା ପୂର୍ବରୁ ଦାନ୍ତ ଘଷନ୍ତୁ।

ହଜମ ପ୍ରକ୍ରିୟା ଠିକ୍ ରଖେ –
ଲେମ୍ବୁରେ ଥିବା ହାଇଡ୍ରୋକ୍ଲୋରିକ୍ ​​ନାମକ ଏସିଡ୍ ଯୋଗୁଁ ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ଦୁରୁସ୍ତ ରଖେ। ଏହା ସହିତ ଏହା ଏସିଡିଟି ଏବଂ ଆର୍ଥ୍ରାଇଟିସ୍ ରୋଗର ଆଶଙ୍କା ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ। ଯେଉଁମାନେ ହଜମ ଜନିତ ସମସ୍ୟା, ଯେପରି ପେଟ ଜଳାପୋଡ଼ା ଏବଂ ଗ୍ୟାସ ସମସ୍ୟା ଇତ୍ୟାଦି ଭୋଗୁଥାଆନ୍ତି, ସେମାନେ ପ୍ରତିଦିନ ସକାଳେ ଲେମ୍ବୁ ପାଣି ପିଇବା ଉଚିତ୍। ଏଥିରେ ଥିବା ଭିଟାମିନ୍ ସି ଶରୀରରେ ଅଲସର ସୃଷ୍ଟିକୁ ରୋକିଥାଏ।

ସଂକ୍ରମଣରୁ ଦୂରେଇ ରଖେ –
ଲେମ୍ବୁରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମିନ୍- ସି ଭରପୂର ଥାଏ। ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହା ଆପଣଙ୍କୁ ରୋଗ ଏବଂ ସଂକ୍ରମଣରୁ ଦୂରେଇ ରଖେ। ଏଥିରେ ମିଳୁଥିବା ସୌପୋନିନ୍ ନାମକ ଉପାଦାନ ଶରୀରକୁ ଫ୍ଲୁ’ ରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ଏହା ବ୍ୟତୀତ ଏହା ଶ୍ଵାସ ଜନିତ ରୋଗକୁ ମଧ୍ୟ ଆପଣଙ୍କଠାରୁ ଦୂରରେ ରଖେ।

କିଡନୀରେ ଷ୍ଟୋନ ହେବାରୁ ରକ୍ଷା କରେ –
ପ୍ରତିଦିନ ସକାଳେ ଲେମ୍ବୁ ପାଣି ପିଇବା ଦ୍ୱାରା କିଡନୀରେ ଷ୍ଟୋନ ଜମିବା ବିପଦ ଦୂରେଇ ଯାଏ। ଲେମ୍ବୁ ଶରୀରକୁ ହାଇଡ୍ରେଟ୍ ରଖେ, ଯାହା ମୂତ୍ରକୁ ପତଳା ରଖିବାରେ ସାହାଯ୍ୟ କରେ।

ମଧୁମେହ କ୍ଷେତ୍ରରେ ଉପକାରୀ –
ଲେମ୍ବୁ ପାଣିକୁ ହାଇ ବ୍ଲଡ ସୁଗାର ପାନୀୟ ଏବଂ ଜୁସର ଏକ ଉତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ। ଡାଇବେଟିସ (ମଧୁମେହ) ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଲେମ୍ବୁ ବହୁତ ଲାଭଦାୟକ ମାନାଯାଏ। ଏହା ଆପଣଙ୍କ ଶରୀରର ସୁଗାର ମାତ୍ରାକୁ ବୃଦ୍ଧି ନକରି ହାଇଡ୍ରେଟ୍ ରଖିଥାଏ।

ରକ୍ତଚାପ ହ୍ରାସ କରେ –
ପ୍ରତିଦିନ ସକାଳେ ଲେମ୍ବୁ ପାଣି ପିଇଲେ ରକ୍ତଚାପ ଏବଂ ମାନସିକ ଚାପ କମିଥାଏ। ଏହା ବ୍ୟତୀତ ଲେମ୍ବୁ ପାଣି ଉଚ୍ଚ ରକ୍ତଚାପ, ମୁଣ୍ଡ ବୁଲାଇବା ଏବଂ ବାନ୍ତି ହେବା ଭଳି ସମସ୍ୟା କ୍ଷେତ୍ରରେ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ।
/– ଦେବଦତ୍ତ ରଥ