Odiapua.com

ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଏ ଚେଲ୍ଲା କୁମାର କରୋନା ଆକ୍ରାନ୍ତ

ଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) : ଓଡିଶା କଂଗ୍ରେସର ନୂଆ ପ୍ରଭାରୀ ଡଃ ଏ ଚେଲ୍ଲା କୁମାର କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ନମୁନା ଟେଷ୍ଟ କରିବା ପରେ ସେ ପଜିଟିଭ୍ ଥିବା ଜଣାପଡିଥିଲା। ଏନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ତାଙ୍କୁ ଜୀତେନ୍ଦ୍ର ସିଂଙ୍କ ସ୍ଥାନରେ ଓଡିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।
ଏନେଇ ସେ ଟୁଇଟରେ କହିଛନ୍ତି, “ମୁଁ କରୋନା ଆକ୍ରାନ୍ତ ହୋଇଛି। ମୁଁ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହେଁ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛ, ସେମାନେ ନିଜକୁ ସତର୍କତାମୂଳକ ପଦକ୍ଷେପ ଭାବରେ ପରୀକ୍ଷା କରାଇ ନିଅନ୍ତୁ।”