Odiapua.com

ସଦର ହସପିଟାଲରେ ନବଜାତ ଯୋଡ଼ାମୁଣ୍ଡ ଶିଶୁକନ୍ୟା

ବାଲେଶ୍ୱର, ୧୬ା୬ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଯେ।।ଡ଼ାମୁଣ୍ଡ ଶିଶୁକନ୍ୟାର ଚିକିତ୍ସା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ସଦର ବ୍ଲକ ଅନ୍ତର୍ଗତ ନିଧିପଣ୍ଡା ଅଞ୍ଚଳର ସୁଦର୍ଶନ ଜେନାଙ୍କ ପତ୍ନୀ ସୁବାସିନୀ ଗତ ଶନିବାର ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ମାତ୍ର ଶିଶୁକନ୍ୟାର ଯୋଡ଼ାମୁଣ୍ଡ ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ। ମାତ୍ର କଟକ ମେଡିକାଲର ଡାକ୍ତରମାନେ ସୁଦର୍ଶନ ଓ ପତ୍ନୀ ସୁବାସିନୀକୁ ଫେରାଇଦେବା ଯୋଗୁଁ ସେମାନେ ପୁଣି ନବଜାତ ଶିଶୁକନ୍ୟାକୁ ଆଣି ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତେବେ ଗତକାଲି ଶିଶୁକନ୍ୟାର ସେହି ଯୋଡ଼ା ମୁଣ୍ଡଟି ଫାଟି ଯାଇଥିବା ସୁଦର୍ଶନ କହିଛନ୍ତି। ଶିଶୁକନ୍ୟାର ଏବେ କେବଳ ଚିକିତ୍ସା କରାଯାଇପାରିବ ଏବଂ କିଛିଦିନ ଗଲାପରେ ତାର ଅସ୍ତ୍ରୋପଚାର ପାଇଁ ପଦକ୍ଷେପ ନିଆଯିବ ବୋଲି ସିଡିଏମଓ ଡାକ୍ତର ବାନାର୍ଜି ପ୍ରସାଦ ଛୋଟରାୟ ସୂଚନା ଦେଇଛନ୍ତି।