Odiapua.com

ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଆଜିଠାରୁ ପାଣ୍ଠି ସଂଗ୍ରହ ଆରମ୍ଭ

ପୁରୀ, ୧୫/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଅଯୋଧ୍ୟାରେ ଶ୍ରୀରାମଙ୍କ ଏକ ଭବ୍ୟବିଶ୍ୱସ୍ତରୀୟ ମନ୍ଦିର ନିର୍ମାଣ ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ। ନ୍ୟାସର କର୍ମକର୍ତ୍ତାମାନେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପ୍ରଦୀନ ପ୍ରଜ୍ଜଳନ କରିବା ପରେ ଆରମ୍ଭ ହୋଇଥିଲା ଏକ ବିରାଟ ଶୋଭାଯାତ୍ରା। ଶୋଭାଯାତ୍ରାରେ ଶତାଧିକ ପୁରୁଷ ଓ ମହିଳା ଅଂଶ ଗ୍ରହଣ କରି ନଗର ପରିକ୍ରମା କରିଥିଲେ। ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟକ୍ତି ବିଶେଷ ସ୍ୱଇଚ୍ଛାରେ ଲକ୍ଷାଧିକ ଟଙ୍କା ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିଥିବାବେଳେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ନ୍ୟାସର କର୍ମକର୍ତ୍ତା ମାନେ ଘରକୁ ଘର ବୁଲି ପାଣ୍ଠି ସଂଗ୍ରହ କରିବା କାର୍ଯ୍ୟକ୍ରମ ରହିଛି। ପୁରୀ ସମେତ ଓଡ଼ିଶାର ସମସ୍ତ ରାମ ଭକ୍ତଙ୍କୁ ଯୋଡ଼ିବା ପାଇଁ ଏହି ଅଭିଯାନ ଏକ ସେତୁ ପରି କାମ କରିବ। ରାମ ଭନ୍ଦିର ନିର୍ମାଣ ପାଇଁ ଦଳ ମତ ନିର୍ବିଶେଷରେ ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ଉଦ୍‌ଘାଟନ ଦିବସରେ ପୁରୀ ବିଧାୟକ ନିଜର ଏକ ମାସର ଦରମା ଦାନ କରିବେ ବୋଲି ଘୋଷଣା କରିଥିବା ବେଳେ, ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ଉଦବୁଦ୍ଧ ହୋଇ ଜଣେ ଛାତ୍ର ନିଜ ହାତ ଖର୍ଚ୍ଚ ପାଣ୍ଠିରୁ ୧୧୧୦୧ ଟଙ୍କା ଦାନ କରିଛନ୍ତି।