Odiapua.com

ଓସାମା ବିନ ଲାଦେନର ପୁଅକୁ ମରାଗଲା – ଡୋନାଲ୍ଡ ଟ୍ରଂପ

ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ଓସାମା ବିନ ଲାଦେନର ପୁଅ ହମଜା ବିନ ଲାଦେନକୁ ମାରିଦିଆଯାଇଛି ବୋଲି ଆମେରୀକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି।

ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତିଯେ, ଅଲ-କାୟଦାର ସଂସ୍ଥାପକ ଓସାମା ବିନ ଲାଦେନର ପୁଅ ହମଜା ବିନ ଲାଦେନକୁ ଆଫଗାନିସ୍ତାନ-ପାକିସ୍ତାନ ବର୍ଡରରେ ଆତଙ୍କକବାଦ ନିରୋଧ କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ମରାଯାଇଛି।ଗୁଇନ୍ଦା ବିଭାଗ ସୂଚନା ଆଧାରରେ ଆମେରିକା ମିଡିଆ ରିପୋର୍ଟ ମୁତାବକ ଦୁଇ ବର୍ଷ ତଳେ ଜୁଲାଇ ମାସ ଶେଷ ଏବଂ ଅଗଷ୍ଟ ମାସ ଆରମ୍ଭ ବେଳକୁ ଏକ ଆମେରିକୀୟ ଅପରେସନରେ ଛୋଟ ଲାଡେନକୁ ମାରି ଦିଆଯାଇଥିଲା।

ହମଜାର ମୃତ୍ୟୁ ଅଲକାଇଦାର ଆତଙ୍କୀ ସଂଗଠନର ଆତଙ୍କୀ କାର୍ଯ୍ୟକଳାପରେ ହ୍ରାସ ଘଟିବ ବୋଲି ହ୍ଵାଇଟ ହାଉସ ପକ୍ଷରୁ କୁହାଯାଇଛି।

ହ୍ୱାଇଟ୍ ହାଉସ ଦ୍ଵାରା ଜାରୀ କରାଯାଇଥିବା ଏକ ବୟାନରେ କୁହାଯାଇଛି, “ହମଜା ବିନ ଲାଦେନର ମୃତ୍ୟୁ ନା କେବଳ ଅଲ-କାୟଦାକୁ କ୍ଷତି ପହଁଚାଇବ ତାହା ସହ ତା’ ପିତାର ପ୍ରତୀକାତ୍ମକ ସମ୍ବନ୍ଧ ସମାପ୍ତ ହୋଇଛି ଏହା ବ୍ୟତୀତ ଅଲକାୟଦାର ପରିଚାଳନା ଗତିବିଧିଗୁଡ଼ିକୁ କମଜୋର କରିବ।

 

ଅଗଷ୍ଟ ପ୍ରଥମ ସପ୍ତାହରେ ମଧ୍ୟ ଆସିଥିଲା ମୃତ୍ୟୁର ଖବର

ଆମେରୀକାର ମିଡ଼ିଆ ଅଗଷ୍ଟର ପ୍ରଥମ ସପ୍ତାହରେ ସୂଚନା ଦେଇଥିଲେ କି ଆମେରିକାର ଦୁଇ ବର୍ଷ ତଳ ଅପରେଶନରେ ହମଜା ବିନ ଲାଦେନର ମୃତ୍ୟୁ ହୋଇଛି। କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହାକୁ ସ୍ଵୀକାର କରିନଥିଲେ ଏବଂ ଆଧିକାରିକ ଭାବରେ ଏହାକୁ ମନା କରିଥିଲେ। ଅବଶ୍ୟ ଆମେରିକାର ଡିଫେନ୍ସ ସେକ୍ରେଟରୀ ମାର୍କ ଏସ୍ପର ଗତ ମାସରେ ହମଜାଙ୍କର ମୃତ୍ୟୁର ପୁଷ୍ଟି କରିଥିଲେ।

 

ଓସାମା ବିନ ଲାଦେନର ୨୦ ଜଣ ସନ୍ତାନଙ୍କ ମଧ୍ୟରୁ ୧୫ତମ ଏବଂ ତା’ର ତୃତୀୟ ପତ୍ନୀର ପୁଅ ହମଜା ବିନ ଲାଦେନ ପ୍ରାୟତଃ ୩୦ ବର୍ଷର ଥିଲା। ଅଲ-କାଇଦାରେ ସେ ଜଣେ ନେତା ଭାବରେ ଉପରକୁ ଉଠୁଥିଲା। ହମଜା ଉପରେ ଫେବ୍ରୁଆରୀ ୨୦୧୯ ରେ ବିଦେଶ ବିଭାଗ ଏକ ମିଲିୟନ ଡଲାର ପୁରସ୍କାର ଘୋଷଣା କରିଥିଲା।

 

ସାମନାକୁ ଆସିଥିଲା ଅନେକ ଅଡିଓ ଏବଂ ଭିଡ଼ିଓ

ବିଭାଗ ଅନୁସାରେ ଅନେକ ଥର ‘ଜିହାଦ ର ରାଜକୁମାର’ ଉପାଧି ପାଇଥିବା ହମଜାର ଅ଑ଡିଓ ଏବଂ ଭିଡ଼ିଓ ମେସେଜ ସାମନାକୁ ଆସିଥିଲା। ଯେଉଁଥିରେ ସେ ଆମେରିକା ଏବଂ ଅନ୍ୟ ଦେଶଗୁଡ଼ିକ ଉପରେ ଆକ୍ରମଣର ଧମକ ଦେଇଥିବାର ଦେଖାଯାଇଥିଲା। ବିଶେଷକରି ମଇ ୨୦୧୧ ରେ ଆମେରୀକାର ସେନା ଦ୍ଵାରା ମାରାଯାଇଥିବା ହମଜାର ପିତା ଓସାମାର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ହମଜାର ଅନେକ ଏହିପରି ଭିଡ଼ିଓ ସାମନାକୁ ଆସିଥିଲା। ହମଜାର କାମ ଅଲକାଇଦାକୁ ଏକ ନୂଆ ପୀଢ଼ୀକୁ ଆକର୍ଷିତ କରିବାକୁ ଥିଲା।