Odiapua.com

ମଣିଷ ମୁଣ୍ଡରେ ଶିଙ୍ଗ ! କେବେ ଦେଖିଛନ୍ତି କି? ତେବେ ଜାଣନ୍ତୁ

ନୂଆ ଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ଆପଣ କାହାଣୀରେ ଶୁଣିଥିବେ ୟୁନିକର୍ଣ୍ଣ ଅର୍ଥାତ୍ ଶିଙ୍ଗ ଥିବା ଘୋଡ଼ା ବିଷୟରେ। କିନ୍ତୁ ପ୍ରକୃତରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଶିଙ୍ଗ ଉଠୁଥିବା କଥା ଜାଣିନଥିବେ। ତାହା ପୁଣି ମୁଣ୍ଡର ମଝିରେ! ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ପଟନା ବୃଦ୍ଧ ଗ୍ରାମରେ ଶ୍ୟାମଲାଲ ଯାଦବ (୭୪)ଙ୍କର ମୁଣ୍ଡ ମଝିରେ ୪ ଇଞ୍ଚର ଗୋଟିଏ ବଡ଼ ଶିଙ୍ଗ ବାହାରି ଆସିଥିଲା। ଶିଙ୍ଗ ଅସଲୀ ଏବଂ ମଜଭୁତ ଥିଲା। ମେଡିକାଲ ସାଇନ୍ସରେ ଏହା ଦୁର୍ଲଭ ମାମଲା ଅଟେ। କିଛି ଦିନ ତଳେ ଶ୍ୟାମଲାଲଙ୍କର ଅପରେଶନ କରାଯାଇ ଏହି ଶିଙ୍ଗକୁ ବାହାର କରାଯାଇଛି। ତେଣୁ ତାଙ୍କୁ ବର୍ତ୍ତମାନ ମୁକ୍ତି ମିଳିଛି। ଶ୍ୟାମଲାଲ ଯାଦବ ଗତ ୫ ବର୍ଷ ହେବ ତାଙ୍କ ମୁଣ୍ଡରେ ବାହାରିଥିବା ଏହି ଶିଙ୍ଗକୁ ନେଇ ବୁଲୁଥିଲେ। ଅବଶ୍ୟ ତାଙ୍କୁ ଏଥିପାଇଁ ବିଶେଷ କିଛି ଅସୁବିଧା କିମ୍ବା ଯନ୍ତ୍ରଣା ନଥିଲା, କିନ୍ତୁ ଭଲ ତାଙ୍କୁ ସାମାଜିକ ଚଳଣୀରେ ଭଲ ଲାଗୁନଥିଲା। ଶ୍ୟାମଲାଲ କହିଛନ୍ତିଯେ, ପ୍ରାୟତଃ ୫ ବର୍ଷ ପୂର୍ବରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲେ। ତା’ର କିଛି ଦିନ ପରେ ଶିଙ୍ଗ ବାହାରିଥିଲା। ଅନେକ ଡାକ୍ତରଙ୍କୁ ଦେଖାଇବା ପରେ, କିନ୍ତୁ କୌଣସି ଫାଇଦା ମିଳିନଥିଲା। ତେଣୁ ଶ୍ୟାମଲାଲ ବାଳ କାଟିବା ସମୟରେ ସ୍ଥାନୀୟ ବାରିକ ଦ୍ୱାରା ଅନେକ ଥର ଶିଙ୍ଗକୁ ବ୍ଲେଡରେ କାଟି ଦେଉଥିଲେ, କିନ୍ତୁ ଶିଙ୍ଗ ବାରମ୍ବାର ବାହାରି ଆସୁଥିଲା। ସେ ମେଡିକଲ କଲେଜ ବ୍ୟତୀତ ଭୋପାଲ ଏବଂ ନାଗପୁର ହସ୍ପିଟାଲ୍ ପର୍ଯ୍ୟନ୍ତ ଯାଇ ପେରି ଆସିଥିଲେ। ତାଙ୍କର ଭରସା ଡାକ୍ତରଙ୍କ ଉପରୁ ଉଠିଯାଇଥିଲା। ପରେ ସେ ଏକ ବେସରକାରୀ ହସ୍ପିଟାଲର ଜଣେ ସ୍ୱତନ୍ତ୍ର ଡାକ୍ତର ଡ. ବିଶାଲ ଗଜଭିୟେଙ୍କୁ ଦେଖାଇବା ପରେ ଅପରେଶନ କରି ତାଙ୍କୁ ଶିଙ୍ଗରୁ ମୁକ୍ତି ଦେଇଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ଶିଙ୍ଗର ମୂଳ କନଫର୍ମ ହେବା ପରେ ଅପରେସନ କରାଯାଇଥିଲା। ଏବେ ମୂଳରୁ କାଟି ଦିଆଯାଇଥିବାରୁ ସେ ଏହି ଦୁଃଖରୁ ମୁକ୍ତି ପାଇଛନ୍ତି। ଶିଙ୍ଗକୁ କାଟିବା ପରେ ଖାଲି ଜାଗାକୁ ବନ୍ଦ କରିବା ପାଇଁ ମୁଣ୍ଡର ଊପର ଭାଗର ଚମଡ଼ାକୁ ବାହାର କରି ପ୍ଲାସ୍ଟିକ ସର୍ଜରୀ କରାଯାଇଅଛି। ଏବେ ଏହା ଆଉ ଅଠିବ ନାହିଁ। ଡ. ଗଜଭିୟେ କହିଛନ୍ତିଯେ, ଏହା ଏକ ଦୁର୍ଲଭ ମାମଲା। ମେଡିକାଲ ସାଇନ୍ସରେ ଏଥିରେ ସେବେସିୟସ ହର୍ଣ୍ଣ କୁହାଯାଇଥାଏ। ମୁଣ୍ଡରେ ବାଳର ଗ୍ରୋଥ ପାଇଁ ପ୍ରାକୃତିକ ରୂପରେ ସେବେସିୟସ ଗ୍ଲାଣ୍ଡ (ଗ୍ରନ୍ଥି) ହୋଇଥାଏ। ଏଥିରୁ ଯେଉଁ ଦ୍ରବ୍ୟ ରିଲିଜ ହୋଇଥାଏ ତାହାଦ୍ୱାରା ବାଳକୁ ଚମକ ରଖିଥାଏ। ଏହା ଗ୍ରନ୍ଥି ବନ୍ଦ ହେବାଫଳରେ ଏଥିରେ ଥିବା ଦ୍ରବ୍ୟ ଜମିଜମି ଶିଙ୍ଗ ଆକାରରେ ମୁଣ୍ଡରେ ବାହାରିଥାଏ। ବହୁତ ହିଁ ରେୟାର କେସରେ ଏହା ହୋଇଥାଏ।