Odiapua.com

ଭୁଲ୍ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇ ଯାଇଥିଲେ ବ୍ୟସ୍ତ ହୁଅନ୍ତୁ ନାହିଁ; ଫେରିପାଇବା ପାଇଁ କରନ୍ତୁ ଏହି ଉପାୟ ..

ନୂଆଦିଲ୍ଲୀ: ଡିଜିଟାଲ୍ ଯୁଗରେ, ଏବେ ପ୍ରତ୍ୟେକ କାର୍ଯ୍ୟ ଅନ୍ ଲାଇନରେ କରାଯାଉଛି। ଆଜିକାଲି ଅନ୍ ଲାଇନରେ ବ୍ୟାଙ୍କିଂ, ପେମେଣ୍ଟ, ବୁକିଂ, ସପିଂ, ରେସନ, କ୍ଷୀର ଏବଂ ଫଳ ପନିପରିବା ମିଳୁଛି। ଏଥି ସହିତ କରୋନା ଭୂତାଣୁ ଯୋଗୁଁ ଲକ୍ ଡାଉନ୍ ଘୋଷଣା ଭିତରେ ଅନଲାଇନ୍ ଧାରା ବୃଦ୍ଧି ପାଇଛି। ଆଜିକାଲି ଲୋକମାନେ ବ୍ୟାଙ୍କକୁ ଯିବାକୁ ଏଡ଼ାଉଛନ୍ତି। ଅଧିକାଂଶ ଦେୟ ଏବଂ ଟଙ୍କା ଟ୍ରାନ୍ସଫର ଅନ୍ ଲାଇନରେ କରାଯାଉଛି। ବ୍ୟବସାୟ ଉଦ୍ଦେଶ୍ୟରେ ହେଉ କିମ୍ବା କୌଣସି ପରିଚିତ ଲୋକ ବା ପରିବାର ସଦସ୍ୟଙ୍କୁ ଟଙ୍କା ପଠାଇବାକୁ ଅନ୍ ଲାଇନରେ ଟଙ୍କା ଟ୍ରାନ୍ସଫର କରାଯାଉଛି। ଏହା ସମୟ ସଞ୍ଚୟ କରେ ଏବଂ କରୋନା ବିପଦ କାଳରେ ଜଣଙ୍କୁ ସୁରକ୍ଷିତ ମଧ୍ୟ ରଖେ। କିନ୍ତୁ, ବେଳେବେଳେ ଅନ୍ ଲାଇନରେ ଟଙ୍କା ଦେୟ ବେଳେ ଭୁଲ ହୋଇଯାଏ। ଏହି କ୍ଷେତ୍ରରେ, ଟଙ୍କା ଭୁଲ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥାଏ। ଏଥିରେ ଜଣେ ନର୍ଭସ ହୋଇଯାଏ ଏବଂ ଟଙ୍କା ଫେରି ପାଇବେ କି ନାହିଁ ବୁଝିପାରେ ନାହିଁ। ଯଦି ଆପଣଙ୍କ ସହିତ ଏପରି କେବେ ଘଟିଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଟଙ୍କା ଫେରି ପାଇବା ପାଇଁ ଜାଣନ୍ତୁ, ଏପରି ପରିସ୍ଥିତିରେ ଆପଣ କ’ଣ କରିବା ଉଚିତ୍।

ବାସ୍ତବରେ, ଗତ କିଛି ଦିନ ହେଲା ଏପରି ଅନେକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଟଙ୍କା ଏକ ଭୁଲ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଛି। ଅନେକ ଲୋକ ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି। ବ୍ୟାଙ୍କ ନାମରେ ଆସିଥିବା ନକଲି ଫୋନ୍ କଲରେ ନିଜ ଆକାଉଣ୍ଟ ସମ୍ବନ୍ଧିୟ ସବିଶେଷ ତଥ୍ୟ ଦେଇ ଠକାମୀର ଶୀକାର ହୋଇଛନ୍ତି। ମିସ୍ କଲ୍ ଦେଇ ମଧ୍ୟ ଅନେକ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଉଡ଼ିଯାଇଛି। କରୋନା ମହାମାରୀ ସମୟରେ ଏହିପରି ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଯଦି ଆପଣଙ୍କ ଟଙ୍କା ଭୁଲରେ ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଚାଲିଯାଇଛି ତେବେ ଆପଣଙ୍କୁ ପ୍ରଥମେ ବ୍ୟାଙ୍କକୁ ଜଣାଇବାକୁ ପଡ଼ିବ। ବ୍ୟାଙ୍କ ଆପଣଙ୍କ ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଉପରେ ଯାଞ୍ଚ କରିବ କି ଆପଣଙ୍କ ଟଙ୍କା ଭୁଲରେ ଅନ୍ୟ କାହା ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଛି ନାଁ କେହି ଭୁଲ ଉପାୟରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଛି। ପୂର୍ଣ୍ଣ ଅନୁସନ୍ଧାନ ପରେ ଆପଣଙ୍କୁ ବ୍ୟାଙ୍କରୁ ସମ୍ପୂର୍ଣ୍ଣ ଟଙ୍କା ଦିଆଯିବ। କିନ୍ତୁ, ଏଥିପାଇଁ ଆପଣଙ୍କୁ କିଛି ସର୍ତ୍ତ ପୂରଣ କରିବାକୁ ପଡ଼ିବ।

– ସର୍ବପ୍ରଥମେ, ଆପଣଙ୍କୁ ଆପଣଙ୍କର ଏଟିଏମ୍ କାର୍ଡ ନମ୍ବର ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ବନ୍ଦ କରିବାକୁ ପଡ଼ିବ।
– ଏହା ଉପରେ ପୋଲିସ ଥାନାରେ ଏକ ମାମଲା ରୃଜୁ କରିବାକୁ ପଡ଼ିବ ଏବଂ ଅଭିଯୋଗର (ଏଫ୍ଆଇଆର) ଏକ କପି ବ୍ୟାଙ୍କରେ ଦାଖଲ କରିବାକୁ ପଡ଼ିବ।
– ବ୍ୟାଙ୍କ FIR ଉପରେ ଆଧାର କରି ଆପଣଙ୍କର ପ୍ରତ୍ୟାହାର ହୋଇଥିବା ଟଙ୍କା ଯାଞ୍ଚ କରିବ ଏବଂ ଆପଣଙ୍କୁ ଆପଣଙ୍କ ଟଙ୍କା ଫେରାଇ ଦେବ।
/- ଦେବଦତ୍ତ ରଥ