Odiapua.com

ଡ୍ରଗ୍ସ କନେକ୍ସନ : ଦୀପିକାଙ୍କ ପରେ ଦିଆ ମିର୍ଜା ନାମ, ଏନସିବି କରିପାରେ ପଚରାଉଚରା

ମୁମ୍ବାଇ, ସେପ୍ଟେମ୍ବର ୨୨ (ଓଡିଆ ପୁଅ) ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଯାଞ୍ଚ କରୁ କରୁ ଡ୍ରଗ୍ସ ଆଙ୍ଗେଲ ହାତକୁ ଲାଗିବା ପରେ ଅନେକ ଲୋକଙ୍କୁ ଗିରଫ କରାଗଲାଣି। ଏପର୍ଯ୍ୟନ୍ତ ଅନେକ ବଲିଉଡ ଅଭିନେତ୍ରୀଙ୍କ ନାମ ଡ୍ରଗ୍ସ ଆଙ୍ଗେଲକୁ ନେଇ ପ୍ରକାଶ ପାଇଛି। ବର୍ତ୍ତମାନ ଆସିଥିବା ଖବର ଅନୁଯାୟୀ, ଅଭିନେତ୍ରୀ ଦିଆ ମିର୍ଜା ମଧ୍ୟ ଏନସିବି ରାଡାରରେ ଅଛନ୍ତି। ତାଙ୍କୁ ପଚରାଉଚରା ପାଇଁ ଡକାଯାଇପାରେ।

ଦୀପିକାଙ୍କ ପରେ ଦିଆଙ୍କର ନାମ

ସୂଚନାଯୋଗ୍ୟଯେ, ମଙ୍ଗଳବାର ଡ୍ରଗ୍ସ କନେକ୍ସନ ଅନୁସନ୍ଧାନ କରୁ କରୁ ଏନସିବି ୪୦ ବର୍ଷ ବୟସ୍କା ଅଭିନେତ୍ରୀଙ୍କ ବିଷୟରେ ମଧ୍ୟ ଜାଣିବାକୁ ପାଇଥିଲା। କୁହାଯାଉଛି ଯେ, ସାରା ଅଲି ଖାନ, ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଏବଂ ନମ୍ରତା ଶିରୋଦକରଙ୍କ ପରେ ମଧ୍ୟ ଏହି ମାମଲାରେ ଦିୟାଙ୍କ ନାମ ଆସିଛି। ଏନସିବି ତାଙ୍କୁ ଶୀଘ୍ର ପଚରାଉଚରା ପାଇଁ ଡାକିପାରେ।

ଏନସିବି ସୂତ୍ର ଅନୁଯାୟୀ, ଗିରଫ ଡ୍ରଗ୍ସ ବେପାରୀ ଅନୁଜ କେଶୱାନୀ ଏବଂ ଅଙ୍କୁଷଙ୍କୁ ପଚରାଉଚରା କରିବା ପରେ ଏହି ଅଭିନେତ୍ରୀଙ୍କ ନାମ ପ୍ରକାଶ ପାଇଛି। ଦିଆଙ୍କର ମ୍ୟାନେଜର ସେମାନଙ୍କ ପାଇଁ ଡ୍ରଗ୍ସ ଡିଲିଙ୍ଗ୍ସ କରୁଥିଲେ।

ସୂଚନାମତେ, ଏନସିବି ୨୦୧୯ ରେ ଦିଆଙ୍କ ପାଇଁ କିଣାଯାଇଥିବା ଡ୍ରଗ୍ସର ଏକ ଦୃଢ଼ ସୂଚନା ଏବଂ ପ୍ରମାଣ ପାଇଛି। ମ୍ୟାନେଜର ଡ୍ରଗ୍ ବେପାରୀଙ୍କ ସହ ଥରେ ଦୁଇଥର ମିଟିଂ ମଧ୍ୟ କରିଥିଲେ। ତେଣୁ ଆଗାମୀ ଦିନରେ ପ୍ରଥମେ ଅଭିନେତ୍ରୀଙ୍କ ମ୍ୟାନେଜରଙ୍କୁ ପଚରାଉଚରା ପାଇଁ ଡକାଯିବ ବୋଲି ଜଣାପଡ଼ିଛି ଏବଂ ଏହା ପରେ ଏହି ଅଭିନେତ୍ରୀଙ୍କୁ ଏନସିବି ଅନୁସନ୍ଧାନର ମଧ୍ୟ ସାମ୍ନା କରିବାକୁ ପଡିପାରେ।