Odiapua.com

ଭାଲେଣ୍ଟାଇନ ଡେ”ରେ ତଲାକ,ଭାଲେଣ୍ଟାଇନ ଡେ”ରେ ନିର୍ବନ୍ଧ!କିଏ ସେ ଅଭିନେତ୍ରୀ?

ମୁମ୍ବାଇ:ଭାଲେଣ୍ଟାଇନ ଡେ”ରେ ତଲାକ ପୁଣି ସେଇ ଭାଲେଣ୍ଟାଇନ ଡେ”ରେ ନିର୍ବନ୍ଧ।ଏହିପରି ଘଟିଛି ଅଭିନେତ୍ରୀ ପୂଜା ବେଦୀଙ୍କ ଜୀବନରେ।କିରଣ ବେଦୀଙ୍କ ଝିଅ ପୂଜା ବେଦୀ (୪୮)ଙ୍କର ଏହି ମାସ ୧୪ ତାରିଖ,ଅର୍ଥାତ ଭାଲେଣ୍ଟାଇନ ଡେ” ଦିନ ତାଙ୍କ ବୟଫ୍ରେଣ୍ଡ ମାନେକ କାଣ୍ଟ୍ରେକ୍ଟରଙ୍କ ସହ ନିର୍ବନ୍ଧ ହୋଇଛି।ପୂର୍ବରୁ ୨୦୦୩ ମସିହା ଫେବୃୟାରୀ ୧୪,ଭାଲେଣ୍ଟାଇନ ଡେ” ଦିନ ପୂଜା ବେଦୀଙ୍କ ପୂର୍ବତନ ସ୍ୱାମୀଙ୍କ ସହ ଛାଡ଼ପତ୍ର ହୋଇଥିଲା।ଏହି କଥା ନିଜେ ପୂଜା କହିଛନ୍ତି।ଚଳିତ ବର୍ଷ ଶେଷ ଆଡ଼କୁ ତାଙ୍କ ବାହାଘର ହେବ ବୋଲି ପୂଜା କହିଛନ୍ତି।/ଦେବଦତ୍ତ