Odiapua.com

ମୋଦିଙ୍କ ଓଡ଼ିଶା ଗସ୍ତ ନେଇ ଚର୍ଚ୍ଚା ..

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ଓଡ଼ିଶା ଆସିପାରନ୍ତି ବୋଲି ଆଲୋଚନା ଜୋର ଧରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିବାକୁ ଆମନ୍ତ୍ରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ ବୋଲି ଚର୍ଚ୍ଚା ହେଉଛି। ମୋଦୀ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି। ବିଶେଷ କରି ସ୍ବତନ୍ତ୍ର ଗୁଇନ୍ଦା ଡିଜି ସତ୍ୟଜିତ ମହାନ୍ତି, ଏୟାରପୋର୍ଟ ନିର୍ଦ୍ଦେଶକ ଭି ଭି ରାଓ, ଅତିରିକ୍ତ ଡିଜି ପ୍ରିୟଦର୍ଶୀ ମିଶ୍ର, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଅତିରିକ୍ତ ପୋଲିସ କମିଶନର ଅନୁପ ସାହୁ ଭୁବନେଶ୍ୱର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ନିମନ୍ତେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଆଲୋଚନା ଜୋର ଧରିଛି। ତେବେ ମୋଦୀଙ୍କ ଓଡ଼ିଶା ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ ।

ବାତ୍ୟା ମୁକାବିଲା ଦିଗରେ ରାଜ୍ୟ ସରକାର ତଥା ରାଜ୍ୟବାସୀଙ୍କୁ ପ୍ରଶଂସା କରି ମୋଦି ଟ୍ୱିଟ୍ କରିଥିଲେ ଯେ, “ବାତ୍ୟା ଆମ୍ଫାନର ପ୍ରଭାବକୁ ରାଜ୍ୟ ସାହସର ସହ ମୁକାବିଲା କରିଥିବାରୁ ମୁଁ ଅବେଗିକ ଭାବେ ଓଡିଶାବାସୀଙ୍କ ସହ ଅଛି। ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଦେବା ପାଇଁ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ମୁଁ ପ୍ରାର୍ଥନା କରୁଛି ଯେ ପରିସ୍ଥିତି ଶୀଘ୍ର ସ୍ୱାଭାବିକ ହେଉ।” ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। /-ଦେବଦତ୍ତ ରଥ