Odiapua.com

ମୋଦୀଙ୍କ ଆଗମନରେ ସଜେଇ ହେଲାଣି ଆମେରୀକାର ଏହି ସହର : ଚାରିଆଡେ ମୋଦୀ, ମୋଦୀ – ହାତରେ ତିରଙ୍ଗା

ଆମେରୀକାର ହ୍ୟୁଷ୍ଟନ ସହରର ହାଇୱେରେ ଡିଜିଟାଲ୍ ବିଲ୍ ବୋର୍ଡ଼ ସାଙ୍ଗକୁ ସାଇନ୍ ବୋର୍ଡ଼ରେ ଚମକୁଛି ହ୍ୟୁଷ୍ଟନ ସହର। ହେବ ‘ହାଓଡୀ ମୋଦୀ’ କାର୍ଯ୍ୟକ୍ରମ। ଆମେରୀକାରେ ଦେଖିବାକୁ ମିଳିବ ଦିଲ୍ଲୀର ରାମଲୀଲା ମୈଦାନ ପରି ଜନ ଗହଳି।

ହ୍ୟୁଷ୍ଟନ ୧୩-୯ (ଓଡ଼ିଆ ପୁଅ) ଆମେରିକା ର ହ୍ୟୁଷ୍ଟନରେ ୨୨ ସେପ୍ଟେମ୍ବରରେ ହେବ ‘ହାଓଡୀ ମୋଦୀ’ କାର୍ଯ୍ୟକ୍ରମ। କୁହାଯାଉଛିଯେ, ଏଠାରେ ଦେଖିବାକୁ ମିଳିବ ଦିଲ୍ଲୀର ରାମଲୀଲା ମୈଦାନ ପରି ଲୋକାରଣ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି କାର୍ଯ୍ୟକ୍ରମକୁ ସଫଳ ବନାଇବା ପାଇଁ ଜୁଟିଛି ଏନଜିଓ ‘ଟେକ୍ସାସ ଇଣ୍ଡିଆ ଫୋରମ’ (ଟିଆଇଏଫ)। ବର୍ତ୍ତମାନ ପର୍ଯ୍ୟନ୍ତ ୫୪ ହଜାରରୁ ଅଧିକ ଲୋକମାନଙ୍କର ରେଜିଷ୍ଟ୍ରେସନ ହୋଇସାରିଛି। ଏହି ମେଗା ଶୋ’ର ପ୍ରସ୍ତୁତି ବିଲ୍କୁଲ ଦେଶୀ ଷ୍ଟାଇଲ୍ ରେ ହେବ।

ଚାଲିଛି ବଡ଼ ପ୍ରସ୍ତୁତି :

ହ୍ୟୁଷ୍ଟନରେ ହେବାକୁଥିବା କାର୍ଯ୍ୟକ୍ରମରେ ଲୋକମାନଙ୍କର ମୁଣ୍ଡରେ ‘ହାଓଡୀ ମୋଦୀ’ ର ଟୋପୀ ସହିତ ଶରୀରରେ ‘ସାଂଝା ସପନେ, ଉଜ୍ଜ୍ଵଲ ଭବିଷ୍ୟ’ ର ସ୍ଲୋଗନ ଥିବା ଟି-ସାର୍ଟ ମଧ୍ୟ ଦିଖିବାକୁ ମିଳିବ। ତା’ ବ୍ୟତୀତ ‘ହାଓଡୀ ମୋଦୀ’ ର ବ୍ୟାନର ଏବଂ ପୋଷ୍ଟର ମଧ୍ୟ ପ୍ରସ୍ତୁତ କରାଯାଉଛି। ସେଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ତିରଙ୍ଗା ହେବ। ଏନଆରଜି ଷ୍ଟାଡ଼ିୟମରେ ହେବାକୁଥିବା ଏହି କାର୍ଯ୍ୟକ୍ରମକୁ ଆସୁଥିବା ଲୋକମାନଙ୍କର ସୁବିଧା ପାଇଁ ଆଖପାଖର ଅନେକ ବଡ଼ ପାର୍କିଂଗ ସ୍ଥଳ ବୁକ କରାଯାଇଛି। ଗ୍ରେଟର ହ୍ୟୁଷ୍ଟନ ଅଞ୍ଚଳର ଲୋକମାନଙ୍କୁ ଷ୍ଟାଡ଼ିୟମ ପର୍ଯ୍ୟନ୍ତ ଆଣିବା ପାଇଁ ୩୦୦ ରୁ ଅଧିକ ବସର ବ୍ୟବସ୍ଥା କରାଯାଇଛି। ଏହା ସହିତ ଲୋକମାନଙ୍କୁ ମେଟ୍ରୋରେ ଆସିବା ପାଇଁ ଉପଦେଶ ଦିଆଯିବା ସହିତ ଏହାର ରୁଟ ମଧ୍ୟ କୁହାଯାଇଛି। କୌଣସି ମଧ୍ୟ ବ୍ୟକ୍ତି ଇ-ମେଲ ଜରିଆରେ କିମ୍ବା ଟିଆଇଏଫର ୱେବସାଇଟରେ ଏହା ସୂଚନା ହାସଲ କରିପାରିବେ।

ଏକ ହଜାରରୁ ଅଧିକ ଭଲେଣ୍ଟିୟର :

‘ହାଓଡୀ ମୋଦୀ’ ଆୟୋଜକ କମିଟି ଟିଆଇଏଫର ସଂଯୋଜକ ଜୁଗଲ ମଲାନୀଙ୍କ ମୁତାବକ, ଏହି କାର୍ଯ୍ୟକ୍ରମ ନେଇ ଆମେରିକାନ-ଭାରତୀୟ ମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଯାଉଛି। ଏନଆରଜି ଷ୍ଟାଡ଼ିୟମରେ ପିଏମ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଣିବାକୁ ଇଚ୍ଛୁକ ୫୦ ହଜାରରୁ ଅଧିକ ଲୋକ ଅଗଷ୍ଟ ମାସରୁ ହିଁ ରେଜିଷ୍ଟ୍ରେସନ କରିସାରିଛନ୍ତି। ଏହି ମେଗା ଶୋକୁ ସଫଳ ବନାଇବା ପାଇଁ ଏକ ହଜାରରୁ ଅଧିକ ଭଲେଣ୍ଟିୟର ଦିନ-ରାତି ନିଜ ନିଜର କାମରେ ଲାଗିଛନ୍ତି। ତା’ ବ୍ୟତୀତ ୬୫୦ରୁ ଅଧିକ ବିଭିନ୍ନ ସଂଗଠନ ମଧ୍ୟ ଆୟୋଜନର ପ୍ରସ୍ତୁତିରେ ଲାଗିଛନ୍ତି। ଆମେରିକାରେ ଏ ପର୍ଯ୍ୟନ୍ତ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ସବୁଠାରୁ ବଡ଼ କାର୍ଯ୍ୟକ୍ରମ ହେବ।

ହ୍ୟୁଷ୍ଟନରେ ପାଞ୍ଚ ଲକ୍ଷ ଭାରତୀୟ-ଆମେରୀକୀୟ

ମାନାଯାଉଛି କି ପୋପ ଫ୍ରାନ୍ସିସଙ୍କ ପରେ କୌଣସି ମଧ୍ୟ ବିଦେଶୀ ନେତାକୁ ଶୁଣିବା ପାଇଁ ଏହି ମେଗା ଶୋରେ ଆଜିପର୍ଯ୍ୟନ୍ତ ସବୁଠାରୁ ଅଧିକ ଲାଇଭ ଅଡିଆନ୍ସ ହେବେ। ଏନଆରଜି ଷ୍ଟାଡ଼ିୟମକୁ ସକାଳ ୭ ଟା ୩୦ ମି ସମୟରେ ଖୋଲିଦିଆଯିବ। ହ୍ୟୁଷ୍ଟନକୁ ଆମେରିକାର ଚତୁର୍ଥ ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ମାନାଯାଉଛି। ଏଠାରେ ପାଞ୍ଚ ଲକ୍ଷରୁ ଅଧିକ ଭାରତୀୟ-ଆମେରୀକୀୟ ସମୁଦାୟର ଲୋକ ରହୁଛନ୍ତି। ଟିଆଇଏଫର ପ୍ରବକ୍ତା ଗୀତେଶ ଦେଶାଇଙ୍କର କହିବା ଅନୁସାରେ, ଏହି ମେଗା ଶୋ ସକାଳେ ଦଶଟା ସମୟରୁ ଦ୍ୱିପ୍ରହର ଗୋଟାଏ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ତିନି ଶହ ବସର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବସରେ ଦୁଇ-ଦୁଇ ଜଣ ଭଲେଣ୍ଟିୟର ରହିବେ।

ମେଟ୍ରୋ ସେବା ମଧ୍ୟ ଉପଲବ୍ଧ :

ଆଯୋଜକମାନେ ୨୪ ଘଣ୍ଟା କାମ କରୁଥିବା ଏକ ସୂଚନା କେନ୍ଦ୍ର ସ୍ଥାପିତ କରିଛନ୍ତି। ଏଠାରେ କୌଣସି ମଧ୍ୟ ବ୍ୟକ୍ତି ଇମେଲ କିମ୍ବା ଫୋନ ଜରିଆରେ ଶୋ ସମ୍ବନ୍ଧିତ ସୂଚନା ପାଇପାରିବେ। ଫ୍ରି ବସ ସେବା, କେଉଁଠାରୁ ଏବଂ କେତେ ବେଳେ ବାହାରିବ, ଏଥିପାଇଁ ଲୋକମାନଙ୍କୁ ପୂର୍ବରୁ ହିଁ ରେଜିଷ୍ଟ୍ରେସନ କରିବାକୁ ହେବ। ଷ୍ଟାଡ଼ିୟମ ନିକଟରେ ଏନଆରଜି ପାର୍କ ମେଟ୍ରୋ ଷ୍ଟେସନ ମଧ୍ୟ ଅଛି, ଯେଉଁଠାରେ ଷ୍ଟାଡ଼ିୟମକୁ ଦଶ ମିନଟରେ ପାଦରେ ଚାଲି ପହଁଚା ଯାଇପାରିବ। ନିଜର ପାର୍କିଂ ସୁବିଧା ପାଇଁ ତିନି ଡଲାର ଖର୍ଚ୍ଚ କରିବାକୁ ହେବ। ଯେତେ ରେଜିଷ୍ଟ୍ରେସନ ହେବ, ସେତିକି ସଂଖ୍ୟାରେ ତିରଙ୍ଗା, ଟୋପି ଏବଂ ଟି-ସାର୍ଟ ପ୍ରସ୍ତୁତ କରିବାକୁ ଅର୍ଡର ଦିଆଯାଇଛି।

ଏହା ସହିତ ଦୁଇ ଦେଶ ମଧ୍ୟରେ ବ୍ୟାପାରିକ ସମ୍ବନ୍ଧକୁ ମଜଭୁତ କରିବା ପାଇଁ ସନ୍ଦେଶ ଦେବାକୁ ବ୍ୟାନର-ପୋଷ୍ଟର ମଧ୍ୟ ପ୍ରସ୍ତୁତ କରାଯାଇଛି। କୁହାଯାଇପାରେ କି ୨୦୧୪ ରେ ପ୍ରଧାନମନ୍ତ୍ରୀ ମୋଦୀ ନ୍ୟୁୟର୍କ ମୈଡିସନ ସ୍କ୍ଵାୟାର ଗାର୍ଡେନ ଏବଂ ୨୦୧୬ ରେ ସିଲିକନ ଭ୍ୟାଲିରେ ଆୟୋଜିତ ହୋଇଥିବା ସମାରୋହରେ ୨୨ ହଜାରରୁ ଅଧିକ ଲୋକଯୋଗ ଦେଇଥିଲେ।

ଛାତ୍ର ସଂଗଠନ ମଧ୍ୟ ଉତ୍ସାହିତ

ଏହି ମେଗା ଶୋ ପ୍ରତି ଛାତ୍ରମାନଙ୍କର ଉତ୍ସାହକୁ ଦେଖି ଅଲଗା ଷ୍ଟୁଡେଣ୍ଟ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯେଉଁଥିରେ ଅନେକ ହଜାର ଷ୍ଟୁଡେଣ୍ଟ ରେଜିଷ୍ଟ୍ରେସନ କରିବେ। ସିଟ ଫୁଲ ହେବା କାରଣରୁ ଏବେ ଏହି ପ୍ରକ୍ରିୟାକୁ ବନ୍ଦ କରାଯାଇଛି। ଟେକ୍ସାସର ଆମେରିକାନ ଭାରତୀୟ ଛାତ୍ର ସଂଗଠନ ଏସୋସିଏସନ ଅଫ ଇଣ୍ଡିଆନ୍ ଷ୍ଟୁଡେଣ୍ଟ, ଚକ୍ର ଇଣ୍ଡିଆନ୍ ଷ୍ଟୁଡେଣ୍ଟ ଆସୋସିଏସନ, ଫ୍ରେଣ୍ଡସ ଅଫ ଇଣ୍ଡିଆ ଏବଂ ଗ୍ରେଜୁଏଟ ଇଣ୍ଡିଆନ୍ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ ଶତାଧିକ ପଦାଧିକାରୀ ‘ହାଓଡୀ ମୋଦୀ’ କାର୍ଯ୍ୟକ୍ରମକୁ ସଫଳ ବନାଇବା ପାଇଁ ଲାଗିପଡ଼ିଛନ୍ତି। ହ୍ୟୁଷ୍ଟନକୁ ବ୍ୟାପାରର ଏକ ବଡ଼ କେନ୍ଦ୍ର ମାନାଯାଇଥାଏ। ଏଠାରେ ଚାରୋଟି ବଡ଼ ଟ୍ରେଡ ପାର୍ଟନର ଅଛନ୍ତି, ଯେଉଁଥିରେ ଭାରତ ବ୍ୟତୀତ ବ୍ରାଜିଲ, ଚୀନ ଏବଂ ମେକ୍ସିକୋ ସାମିଲ ଅଟେ। ଅନେକ ଭାରତୀୟ ଛାତ୍ର ନିଜର ପାଠପଢ଼ା ସମ୍ପୂର୍ଣ୍ଣ କରିବାପରେ ଟେକ୍ସାସର କମ୍ପାନୀଗୁଡ଼ିକର ଚାକିରି କରିଥାନ୍ତି।

‘ହାଓଡୀ ମୋଦୀ’ ରେ ଆମେରୀକାର ନେତା ମଧ୍ୟ ଖୁସି :

ଟେକ୍ସାସର ଗଭର୍ଣ୍ଣର ଗ୍ରେଗ ଏବଟ କହିଛନ୍ତିଯେ, ଗତ ବର୍ଷ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ମିସିବା ମୋ ପାଇଁ ସମ୍ମାନର ବିଷୟ ଥିଲା। ମୁଁ ଏବେ ମୋଦୀଙ୍କର ହ୍ୟୁଷ୍ଟନ ଟେକ୍ସାସ ଗସ୍ତକୁ ନେଇକରି ଉତ୍ସାହିତ ଅଛି। ଏହାଫଳରେ ଦୁଇ ଦେଶ ମଧ୍ୟରେ ଆର୍ଥିକ ଏବଂ ସାଂସ୍କୃତିକ ସଂପର୍କ ମଜଭୁତ ହେବ। ୟୁଏସ ସିନେଟର ଜନ କର୍ନୟନ କହିଛନ୍ତି, ମୁଁ ଟେକ୍ସାସରେ ରହୁଥିବା ହଜାର, ହଜାର ଆମେରିକାନ ଭାରତୀୟମାନଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସ୍ଵାଗତ କରୁଛି। ଭାରତ ସୁରକ୍ଷା ଏବଂ ଆର୍ଥିକ ମାମଲା କ୍ଷେତ୍ରରେ ସର୍ବଦା ଆମେରିକାର ପାର୍ଟନର ବନିରହିବ। ତାଙ୍କର ଟେକ୍ସାସ ଯାତ୍ରାରେ ଦୁଇ ଦେଶର ବ୍ୟାପାରିକ ସମ୍ବନ୍ଧରେ ମଜବୁତୀ ଆସିବ। ହ୍ୟୁଷ୍ଟନର ମେୟର ସିଲ୍ଵେଷ୍ଟର ଟର୍ଣ୍ଣର କହିଛନ୍ତିଯେ, ମୋଦୀଙ୍କର ଏହି ଯାତ୍ରା ନା କେବଳ ଏଠାରେ ଥିବା ଭାରତୀୟମାନଙ୍କ ପାଇଁ ଏପରିକି ଏହି ଯାତ୍ରା ସମ୍ପୂର୍ଣ୍ଣ କ୍ଷେତ୍ର ପାଇଁ ଲାଭଦାୟକ ପ୍ରମାଣିତ ହେବ। ତାଙ୍କର ଏହି ଗସ୍ତରେ ଦୁଇଦେଶର ଆର୍ଥିକ, ସାଂସ୍କୃତିକ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସମ୍ବନ୍ଧ ମଜବୂତ ହେବ, ଏହାଦ୍ୱାରା ପ୍ରତ୍ୟେକ ହ୍ୟୁଷ୍ଟନ ବାସୀ ଲାଭାନ୍ଵିତ ହେବେ।