Odiapua.com

ଗଣତନ୍ତ୍ରକୁ ହତ୍ୟା କରି ଏକଛତ୍ରବାଦ ଶାସନ ଓଡ଼ିଶାରେ ଚଳିବ ନାହିଁ: ମନମୋହନ

ଭୁବନେଶ୍ୱର: ନିକଟରେ ନବୀନ ସରକାର ବିରୋଧରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କରାଯାଇଥିବା ବିଧାନସଭା ଘେରାଉ କାର୍ଯ୍ୟକ୍ରମ ବେଳେ ଲୋଏର ପିଏମଜି ଛକ ନିକଟରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ଅଭିଯୁକ୍ତ ଥାଇ ଜେଲରେ ଥିବା ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଭେଟିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏବଂ ନବନିଯୁକ୍ତ ସଭାପତି ମନମୋହନ ସାମଲ। ଭୁବନେଶ୍ୱର ଝାରପଡ଼ା ସ୍ଥିତ ସ୍ପେଶାଲ୍ ସେଲକୁ ଯାଇ ଜେଲ୍ ଭିତରେ ଥିବା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଭେଟିଛନ୍ତି ଜୟ ନାରାୟଣ ଏବଂ ମନମୋହନ। କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ପରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, “ମିଛ କେସ୍ କରି ଅନ୍ୟାୟରେ ଜେଲରେ ଭର୍ତ୍ତି କରି କଣ୍ଠରୋଧ କରିବା ଚଳିବନି। ଏ’ ଲଢ଼େଇ ଆଗାମୀ ଦିନରେ ଚାଲିବ। ଗଣତନ୍ତ୍ରକୁ ହତ୍ୟା କରି ଏକଛତ୍ରବାଦ ଶାସନ ଓଡ଼ିଶାରେ ଚଳିବନି। ଏହାର ପରିସମାପ୍ତି ଘଟିବ।”

ଏଥର ଲଢ଼େଇ ହେବ, ଜୋରଦାର୍ ହେବ ଏବଂ ପରିଣତି ନିର୍ଣ୍ଣାୟକ ତଥା ଶୁଭଙ୍କର ହେବ ..


-/Dev@Dr