Odiapua.com

ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ: ବିଭିନ୍ନ ଚିଠା ପ୍ରସ୍ତାବ ଆଗତ

ଭୁବନେଶ୍ୱର/ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ନରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ତଥା ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ବିଭୁତି ପ୍ରଧାନ, କୃଷ୍ଣଚନ୍ଦ୍ର ପାତ୍ର, ଶତ୍ରୁଘ୍ନ ଜେନା, ନିରୋଜ ମହାଳିକ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଢେଙ୍କାନାଳ ଜିଲ୍ଲା ବିଜେପିର ସମସ୍ତ ପଦାଧିକାରୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଏବଂ ବିଭିନ୍ନ ମୋର୍ଚ୍ଚାର ପ୍ରମୂଖ ମାନେ ଉପସ୍ଥିତ ଥିଲେ। ବୈଠକରେ ଦଳର ଆଗାମୀ କାର୍ଯ୍ୟକ୍ରମ ପାଇଁ ସର୍ବସମ୍ମତିରେ ବିଭିନ୍ନ ରାଜନୈତିକ ଚିଠା ପ୍ରସ୍ତାବ ଗ୍ରହଣ କରାଯାଇଥିଲା।
-@Dr