ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହେବା ପରଠାରୁ ହିଁ ସାଧାରଣ ଲୋକଙ୍କୁ ଟେନ୍ସନ୍ ଦେଇ ଆସୁଥିଲେ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରୀବ କଲ୍ୟାଣ ଯୋଜନା ଭିତରେ ଉଜ୍ଜ୍ୱଲା ଯୋଜନା ଲାଗୁ ହୋଇଥିବା କାରଣରୁ ନିଜକୁ ନିଜେ କ୍ରେଡିଟ୍ ଦେଇ ଆସୁଥିଲେ ଧର୍ମେନ୍ଦ୍ର। ଓଡ଼ିଶା ବିଜେପିରେ ଥିବା ଧର୍ମେନ୍ଦ୍ରଙ୍କ ଅନୁଗତ ଚାଟୁକାର ଗୋଷ୍ଠୀ ମଧ୍ୟ ଧର୍ମେନ୍ଦ୍ରଙ୍କୁ ‘ଉଜ୍ଜ୍ୱଲା ମ୍ୟାନ୍’ର ଆଖ୍ୟା ଦେଇ ଖୋସାମତି କରି ପ୍ରଶଂସାରେ ପୋତି ପକାଇ ଦେଉଥିଲେ। କିନ୍ତୁ, ବାସ୍ତବରେ ସାଧାରଣ ଜନତା ଧର୍ମେନ୍ଦ୍ରଙ୍କ ମନ୍ତ୍ରାଳୟ ଯୋଗୁଁ ଅତିଷ୍ଠ ହୋଇଯାଇଥିଲେ। ଉଭୟ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଦର ଦିନକୁ ଦିନ ହୁ’ – ହୁ’ ହୋଇ ବଢ଼ି ଚାଲିଥିଲା। ମୋଦୀ ସରକାରଙ୍କ ସମର୍ଥକ, ଶୁଭେଛୁ ଏପରିକି ନିଜ ଦଳୀୟ ଲୋକେ ଉପରେ କିଛି କହି ପାରୁନଥିଲେ ମଧ୍ୟ ପେଟ୍ରୋଲ୍- ଡିଜେଲ୍ ଏବଂ ଗ୍ୟାସ୍ ଦର ବୃଦ୍ଧି ନେଇ ଅତିଷ୍ଠ ହୋଇ ପଡ଼ିଥିଲେ। ତେବେ, ହରଦୀପ ସିଂ ପୁରୀ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହେବା ପରେ ସାଧାରଣ ଲୋକଙ୍କୁ ବଡ଼ ଆସ୍ୱସ୍ତି ମିଳିଛି। ନିକଟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳା ମାନଙ୍କୁ ଭେଟି ସ୍ୱରୂପ ମୋଦୀ ସରକାର ଗ୍ୟାସ୍ ଦର ସିଧାସଳଖ ୨୦୦ ଟଙ୍କା କମାଇ ଦେଲେ। ଉଜ୍ଜ୍ୱଲା ଉପଭୋକ୍ତାଙ୍କ କ୍ଷେତ୍ରରେ ତାହା ପୁଣି ୪୦୦ ଟଙ୍କା ହ୍ରାସ ପାଇଲା। ଦୀର୍ଘ ଦିନ ପରେ ଲୋକେ ଆର୍ଥିକ ଦୃଷ୍ଟିକୋଣରୁ ଏକ ବଡ଼ ଲାଭ ପାଇଲେ। ଦୀର୍ଘ ଦିନ ଧରି ସଂପୃକ୍ତ ବିଭାଗ ମନ୍ତ୍ରୀ ଥାଇ ଯାହା ଧର୍ମେନ୍ଦ୍ର ପ୍ରଧାନ କରି ପାରିନଥିଲେ, ଖୁବ୍ ଅଳ୍ପ ଦିନ ମଧ୍ୟରେ ହରଦୀପ ସିଂ ପୁରୀ ତାହା କରି ଦେଖାଇଲେ!
-/Dev@DRath