Odiapua.com

ସାରା ବିଶ୍ୱରେ ଯୋଗ ଗୋଟିଏ ଜନଆନ୍ଦୋଳନରେ ପରିଣତ ହୋଇସାରିଛି-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀର ତାଲକୋଟା ଷ୍ଟାଡିୟମରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଯୋଗଦିବସରେ କେନ୍ଦ୍ରମନ୍ତ୍ରୀ
– ଭାରତ ବର୍ଷର ହଜାର ହଜାର ବର୍ଷର ଏହି ସଂସ୍କୁତି ଓ ପରମ୍ପରା ବିଶ୍ୱରେ ଆଦୃତ ହୋଇଛି

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୧ ଜୁନ୍ (ଓଡ଼ିଆ ପୁଅ) -ସାରା ବିଶ୍ୱରେ ଯୋଗ ଗୋଟିଏ ଜନଆନ୍ଦୋଳନରେ ପରିଣତ ହୋଇସାରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ନୂଆଦିଲ୍ଲୀର ତାଲକୋଟା ଷ୍ଟାଡିୟମରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଯୋଗଦିବସରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ସାଧାରଣ ଲୋକମାନଙ୍କ ସହ ମିଶି ଯୋଗ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତବର୍ଷର ହଜାର ହଜାର ବର୍ଷର ଏହି ସଂସ୍କୁତି ଓ ପରମ୍ପରା ବିଶ୍ୱରେ ଆଦୃତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କାରଣରୁ ସାରା ବିଶ୍ୱ ଆଜି ଏହାକୁ ସ୍ୱୀକୃତି ଦେଇଛି। ୟୁଏନ ମଧ୍ୟ ଆଜିର ଦିନକୁ ବିଶ୍ୱ ଯୋଗଦିବସ ଭାବେ ପାଳନ କରୁଛି। ଭାରତ ଏହାର ନେତୃତ୍ୱ ନେଉଛି। ରୋଗ ପ୍ରତିରୋଧ କ୍ଷେତ୍ରରେ ଯୋଗ ଏକ ଉପକ୍ରମ ବୋଲି କହିଛନ୍ତି ଶ୍ରୀ ପ୍ରଧାନ।