Odiapua.com

କୁଚକ୍ରି ମନ୍ତ୍ରୀ: ସୁବାଷ ଚୌହାନଙ୍କ ପରି ନିତେଶ ଗଙ୍ଗଦେବଙ୍କୁ ବଳି ପକାଇବେ ଧର୍ମେନ୍ଦ୍ର!

ଭୁବନେଶ୍ୱର: ସୁବାଷ ଚୌହାନଙ୍କ ପରି ନିତେଶ ଗଙ୍ଗଦେବଙ୍କ ବଳି ପକାଇବେ ଧର୍ମେନ୍ଦ୍ର! ଏପରି ଅଭିଯୋଗ ଆଣିଛନ୍ତି ଦେବଗଡ଼ ରାଜା ତଥା ସମ୍ବଲପୁର ବିଜେପି ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ତଥା ଦେବଗଡ଼ ରାଣୀ ଅରୁନ୍ଧତୀ କୁମାରୀ ଦେବୀ। ଅରୁନ୍ଧତୀ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଫେସବୁକରେ ଏକ ପୋଷ୍ଟ୍ କରି ଲେଖିଛନ୍ତି, “ମୁକୁ ବାବୁ, ସୁବାଷ ଚୌହାନ ଭାଇଙ୍କ ବଳି ପରେ ରାଜା ସାହେବଙ୍କ ରାଜନୀତିକ ବଳି ନେବା କେ ଚଉଚନ୍ତି? ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ରାଣୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆଉ ଏକ ପୋଷ୍ଟ୍ କରି ଧର୍ମେନ୍ଦ୍ରଙ୍କୁ କୁଚକ୍ରି ଏବଂ ରୁଗ୍ଣ ମାନସିକଧାରୀ ଆଖ୍ୟା ଦେଇଛନ୍ତି! ନୂଆ ଓଡ଼ିଶାର ନାୟକ, ନୂଆ ଓଡ଼ିଶାର ବିନ୍ଧାଣି, ନୂଆ ଓଡ଼ିଶାର ଧର୍ମପଦ, ବିକାଶ ପୁରୁଷ, ଓଡ଼ିଶାର ରତ୍ନ, ଓଡ଼ିଆ ପୁଅ ଆଦି କେତେକଣ ଅଳଙ୍କାର ଲଗାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଖୋସାମତି କରି ଆସୁଥିବା ଓଡ଼ିଶା ବିଜେପିରେ ଥିବା ଧର୍ମେନ୍ଦ୍ର ସମର୍ଥକ ଚାଟୁକାର ମାନଙ୍କୁ ଶକ୍ତ ଝଟକା ଦେଇ ଧର୍ମେନ୍ଦ୍ରଙ୍କୁ କୁଚକ୍ରି ଆଖ୍ୟା ଦେଇଛନ୍ତି ନିଜ ଦଳର ଜଣେ ସାଂସଦଙ୍କ ପତ୍ନୀ। ଦେବଗଡ଼ ରାଜା ତଥା ସମ୍ବଲପୁର ବିଜେପି ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଦେବଗଡ଼ ରାଣୀ ଅରୁନ୍ଧତୀ କୁମାରୀ ଦେବୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ୍ କରି କୁଚକ୍ରି, ରୁଗ୍ଣ ମାନସିକଧାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି କହିଛନ୍ତି। କେବଳ ସେତିକି ନୁହେଁ, ଅନ୍ୟ ରାଜ୍ୟରୁ ଦୟାରେ ରାଜ୍ୟସଭାକୁ ନଯାଇ, ଦମ୍ ଅଛି ତ’ ସମ୍ବଲପୁର ଲୋକସଭା ଆସନରୁ ଲଢ଼ି ଦେଖାଇବା ପାଇଁ ମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ରାଣୀ! ଏହା ସହ ସୁଧୁରି ଯାଅ ନହେଲେ ବହୁତ ମହଙ୍ଗା ପଡ଼ିବ ବୋଲି ଧର୍ମେନ୍ଦ୍ରଙ୍କୁ ଚେତାବନୀ ଦେଇଛନ୍ତି ରାଣୀ! ଧର୍ମେନ୍ଦ୍ର ପ୍ରଧାନଙ୍କ ସମତେ ଜଣେ ବିଧାୟକ, ସମ୍ଭବତଃ ସୁବାଷ ପାଣିଗ୍ରାହୀଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି ରାଣୀ।ଅରୁନ୍ଧତୀ କୁମାରୀ ଦେବୀ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଫେସବୁକରେ ଏକ ପୋଷ୍ଟ୍ କରି ଲେଖିଛନ୍ତି, “ସମ୍ବଲପୁର ସାଂସଦଙ୍କୁ ଆଉ କେତେ ଅପମାନ କଲେ ଶାନ୍ତି ମିଲବା ଜଣେ କୁଚକ୍ରୀ ମନ୍ତ୍ରୀକୁ? ରାଜାସାହେବ ଜଣେ ଶାନ୍ତ ସରଳ ବ୍ୟକ୍ତି ତାଙ୍କୁ କମସେ କମ ଲୋକଙ୍କ ପାଇଁ କାମ କର୍ବାକେ ଦିଆଯାଉ। ଜଣେ ମାନସିକ ରୋଗଗ୍ରସ୍ତ ବିଧାୟକ ଏବଂ ରୁଗ୍ନମାନସିକତା କେନ୍ଦ୍ରୀୟ ମନ୍ତ୍ରୀ ବାରମ୍ବାର ଡେଭଲପମେଣ୍ଟ କାମରେ ମୁଣ୍ଡ ପୁରାଉଛନ୍ତି। ରାଜା ସାହେବଙ୍କ ସରଲତାର ଫାଇଦା ଆଉ କେତେଦିନ ଉଠାଇବ? ଏହି ପୋଷ୍ଟ ମାଧ୍ୟମରେ ଚେତାଇ ଦେଉଛି ଯେ ନିଜର ବ୍ୟବହାରକୁ ସୁଧାର ନହେଲେ ବହୁତ୍ ମହଙ୍ଗା ପଡ଼ିବ। ମୁଁ ଆହ୍ୱାନ୍ ଦେଉଛି ଯଦି ଦମ୍ ଅଛି ତାହେଲେ ଅନ୍ୟ ଅନ୍ୟ ରାଜ୍ୟରୁ ବାରମ୍ବାର ବିଜେପିର ଦୟାରୁ ରାଜ୍ୟସଭାକୁ ନଯାଇ ସମ୍ବଲପୁର ସଂସଦ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢନ୍ତୁ। ଦୁହି କୁଚାକ୍ରିକୁ କହୁଛି ସୁଧୁରି ଯାଅ। ବାରମ୍ବାର ରାଜା ସାହେବଙ୍କ କାମରେ ମୁଣ୍ଡ ପୁରେଇବା କେତେ ଯୁକ୍ତି ଯୁକ୍ତ? ଲୋକଙ୍କ ଦ୍ୱାରା ନିର୍ବାଚିତ ସାଂସଦକୁ କାମ କରିବାରୁ କେତେ ଅଟକାଇବ? ସାଂସଦକୁ ବଦନାମ୍ କରି ତାଙ୍କ ସଂସଦ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବା ତମର ଲକ୍ଷ୍ୟ ଆମେ ସମସ୍ତେ ଜାଣିଛୁ। ଯଦି ଦମ୍ ଅଛି ତାହେଲେ ସାମ୍ନାରୁ ଲଢ଼ାଇ କର କାପୁରୁଷ ପରି ପଛରୁ ଲଢ଼ାଇ କରନାହିଁ। ରାଜା ସାହେବଙ୍କୁ ଥରେ କହିଥାନ୍ତ କି ମୁଁ ସମ୍ବଲପୁର ସଂସଦ କ୍ଷେତ୍ରରୁ ନିର୍ବାଚନ ଲଢ଼ିବାକୁ ଚାହୁଁଚି ରାଜା ସାହେବ ଖୁସି ଖୁସି ସିଟ ଛାଡି ଦେଥିତେ। ଏବେ ତ’ ବିଲକୁଲ ଛାଡିବାର ପ୍ରଶ୍ନ ଉଠୁନାହିଁ। ରାଜା ସାହେବଙ୍କ ସରଲତା ବହୁତ ଫାଇଦା ଉଠାଇ ନେଲ ଆଉ ନୁହେଁ।” କେନ୍ଦ୍ର ମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ନିଜ ଦଳର ଜଣେ ସାଂସଦଙ୍କ ପତ୍ନୀ ରାଣୀ ସାହେବାଙ୍କ ଏପରି ପୋଷ୍ଟ୍ ଧର୍ମେନ୍ଦ୍ରଙ୍କ ଛବି ମଳିନ ହେଉଛି।
-/DevD®rath