ଭୁବନେଶ୍ୱର: ସୁବାଷ ଚୌହାନଙ୍କ ପରି ନିତେଶ ଗଙ୍ଗଦେବଙ୍କ ବଳି ପକାଇବେ ଧର୍ମେନ୍ଦ୍ର! ଏପରି ଅଭିଯୋଗ ଆଣିଛନ୍ତି ଦେବଗଡ଼ ରାଜା ତଥା ସମ୍ବଲପୁର ବିଜେପି ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ତଥା ଦେବଗଡ଼ ରାଣୀ ଅରୁନ୍ଧତୀ କୁମାରୀ ଦେବୀ। ଅରୁନ୍ଧତୀ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଫେସବୁକରେ ଏକ ପୋଷ୍ଟ୍ କରି ଲେଖିଛନ୍ତି, “ମୁକୁ ବାବୁ, ସୁବାଷ ଚୌହାନ ଭାଇଙ୍କ ବଳି ପରେ ରାଜା ସାହେବଙ୍କ ରାଜନୀତିକ ବଳି ନେବା କେ ଚଉଚନ୍ତି? ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ରାଣୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆଉ ଏକ ପୋଷ୍ଟ୍ କରି ଧର୍ମେନ୍ଦ୍ରଙ୍କୁ କୁଚକ୍ରି ଏବଂ ରୁଗ୍ଣ ମାନସିକଧାରୀ ଆଖ୍ୟା ଦେଇଛନ୍ତି! ନୂଆ ଓଡ଼ିଶାର ନାୟକ, ନୂଆ ଓଡ଼ିଶାର ବିନ୍ଧାଣି, ନୂଆ ଓଡ଼ିଶାର ଧର୍ମପଦ, ବିକାଶ ପୁରୁଷ, ଓଡ଼ିଶାର ରତ୍ନ, ଓଡ଼ିଆ ପୁଅ ଆଦି କେତେକଣ ଅଳଙ୍କାର ଲଗାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଖୋସାମତି କରି ଆସୁଥିବା ଓଡ଼ିଶା ବିଜେପିରେ ଥିବା ଧର୍ମେନ୍ଦ୍ର ସମର୍ଥକ ଚାଟୁକାର ମାନଙ୍କୁ ଶକ୍ତ ଝଟକା ଦେଇ ଧର୍ମେନ୍ଦ୍ରଙ୍କୁ କୁଚକ୍ରି ଆଖ୍ୟା ଦେଇଛନ୍ତି ନିଜ ଦଳର ଜଣେ ସାଂସଦଙ୍କ ପତ୍ନୀ। ଦେବଗଡ଼ ରାଜା ତଥା ସମ୍ବଲପୁର ବିଜେପି ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଦେବଗଡ଼ ରାଣୀ ଅରୁନ୍ଧତୀ କୁମାରୀ ଦେବୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ୍ କରି କୁଚକ୍ରି, ରୁଗ୍ଣ ମାନସିକଧାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି କହିଛନ୍ତି। କେବଳ ସେତିକି ନୁହେଁ, ଅନ୍ୟ ରାଜ୍ୟରୁ ଦୟାରେ ରାଜ୍ୟସଭାକୁ ନଯାଇ, ଦମ୍ ଅଛି ତ’ ସମ୍ବଲପୁର ଲୋକସଭା ଆସନରୁ ଲଢ଼ି ଦେଖାଇବା ପାଇଁ ମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ରାଣୀ! ଏହା ସହ ସୁଧୁରି ଯାଅ ନହେଲେ ବହୁତ ମହଙ୍ଗା ପଡ଼ିବ ବୋଲି ଧର୍ମେନ୍ଦ୍ରଙ୍କୁ ଚେତାବନୀ ଦେଇଛନ୍ତି ରାଣୀ! ଧର୍ମେନ୍ଦ୍ର ପ୍ରଧାନଙ୍କ ସମତେ ଜଣେ ବିଧାୟକ, ସମ୍ଭବତଃ ସୁବାଷ ପାଣିଗ୍ରାହୀଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି ରାଣୀ।
-/DevD®rath