Odiapua.com

ଭାରତ-ଋଷିଆ ସମ୍ପର୍କରେ ଶକ୍ତିକ୍ଷେତ୍ରର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ – ଧର୍ମେନ୍ଦ୍ର ପ୍ରଧାନ

ଋଷ ଶକ୍ତି ମନ୍ତ୍ରୀଙ୍କ ସହ ଫୋନ ଯୋଗେ ଆଲୋଚନା

ନୂଆଦିଲ୍ଲୀ/ଭୁବନେଶ୍ବର ଜୁଲାଇ ୦୩ (ଓଡ଼ିଆ ପୁଅ) : ଭାରତ-ରଷିଆ ବିଶେଷ ରଣନୈତିକ ସମ୍ପର୍କରେ ଶକ୍ତିକ୍ଷେତ୍ରର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଋଷିଆର ଶକ୍ତିମନ୍ତ୍ରୀ ଆଲେକଜେଣ୍ଡାର ନୋଭାକଙ୍କ ସହ ଟେଲିଫୋନ ଯୋଗେ କଥା ହେବା ପରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତ ଋଷିଆ ଶକ୍ତି କ୍ଷେତ୍ରରେ ଅଧିକ ସମ୍ପର୍କ ବୃଦ୍ଧି ନେଇ ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ଯୋଗେ ବିସ୍ତୃତ ଆଲୋଚନା ହୋଇଥିଲା।

ଉଭୟ ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବଢୁଥିବା ଦ୍ୱିପାକ୍ଷିକ ପୁଞ୍ଜି ନିବେଶ ଉପରେ ଆଲୋଚନା କରିଥିଲେ। ତୈଳ ଓ ଗ୍ୟାସ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଲମ୍ବା ସମ୍ପର୍କ ନେଇ ମନ୍ତ୍ରୀ ଦୟ ଆଲୋଚନା କରିଥିଲେ। ଭାରତ ଋଷିଆର ଇ-ଅଣ୍ଡ-ପି କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶର ଆଗ୍ରହ ନେଇ ଶ୍ରୀ ପ୍ରଧାନ ଋଷର ଶକ୍ତିମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।

ଏହି ଆଲୋଚନା ସମୟରେ ଋଷିଆର ତୈଳ ଓ ଗ୍ୟାସ କ୍ଷେତ୍ରର କମ୍ପାନୀ ମାନଙ୍କର ଭାରତରେ ଗ୍ୟାସ ଭିତ୍ତିଭୂମି ନିର୍ମାଣରେ ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଦେଇଥିଲେ ଶ୍ରୀ ପ୍ରଧାନ। ଏହାସହ ଭାରତର ସିଟି ଗ୍ୟାସ ବିତରଣ ବ୍ୟବସ୍ଥାରେ ମଧ୍ୟ ଋଷ କମ୍ପାନୀ ମାନଙ୍କର ପୁଞ୍ଜି ନିବେଶ ଉପରେ ଶ୍ରୀ ପ୍ରଧାନ ଗୁରୁତ୍ବ ଆରୋପ କରିଥିଲେ।