Odiapua.com

ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ: ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ କୁସମିତ ହେଉ – ଧର୍ମେନ୍ଦ୍ର ପ୍ରଧାନ

ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ କୁସମିତ ହେଉ – ଧର୍ମେନ୍ଦ୍ର ପ୍ରଧାନ

– ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ରତ୍ନ ସିଂହାସନକୁ ଛାଡି ବଡଦାଣ୍ଡକୁ ବାହାରି କୋଟି କୋଟି ଭକ୍ତଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦିଅନ୍ତି
– ୧୩୦ କୋଟି ଭାରତୀୟ ତଥା ସାଢେ ୪ କୋଟି ଓଡିଆଙ୍କ ଉପରେ ମହାପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ଅଛି ଓ ଆଗକୁ ମଧ୍ୟ ରହିବ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୦୩ (ଓଡ଼ିଆ ପୁଅ) – ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ଆଜି କୁସମିତ ହୋଇଛି। ସମସ୍ତେ ଆଜି ମହାପ୍ରଭୁଙ୍କର ଆଶୀର୍ବାଦ ପାଇଛନ୍ତି ବୋଲି ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା ଅବସରରେ ଓଡିଶାର ସମସ୍ତ ଭାଇ ଭଉଣୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଅବସରରେ ମହାପ୍ରଭୁ ଜଗନ୍ନାଥ ବଡ ଦେଉଳର ରତ୍ନ ସିଂହାସନକୁ ଛାଡି ବଡଦାଣ୍ଡକୁ ବାହାରି କୋଟି କୋଟି ଭକ୍ତଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦିଅନ୍ତି। ଏହା ସାମାଜିକ ସମରସତାର ଅନନ୍ୟ ସାମାଜିକ ପରମ୍ପରା। ଏହି ଧାର୍ମିକ ଅନୁଷ୍ଠାନ ଅନାଦି ଅନନ୍ତ କାଳରୁ ମହାପ୍ରଭୁଙ୍କ ଯୋଜନାରେ ଚାଲିଆସିଛି ବୋଲି ସେ କହିଛନ୍ତି।

୧୩୦ କୋଟି ଭାରତୀୟ ତଥା ସାଢେ ୪ କୋଟି ଓଡିଆଙ୍କ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଅଛି ଓ ଆଗକୁ ମଧ୍ୟ ରହିବା ନେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କାମନା କରିଛନ୍ତି।