Odiapua.com

ବ୍ରହ୍ମପୁରରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ ଧର୍ମେନ୍ଦ୍ର: ବନ୍ଦେ ମାତରଂ ଭବନ କରିବେ ଉଦ୍ଘାଟନ ..

ଭୁବନେଶ୍ୱର/ବ୍ରହ୍ମପୁର: ଆସନ୍ତା କାଲି, ରବିବାର ଦିନ ବ୍ରହ୍ମପୁର ସହର ଉପକଣ୍ଠରେ ଏକ “ବନ୍ଦେ ମାତରଂ ଭବନ”ର ଉଦ୍ଘାଟନ କରିବେ କେନ୍ଦ୍ର ଶିକ୍ଷା, ଦକ୍ଷତା କୌଶଳ ଓ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରା ସ୍ଥିତ ଈଶାଣେଶ୍ଵର ମନ୍ଦିର ପ୍ରାଙ୍ଗଣରେ ପୂର୍ବାହ୍ନ ୧୦ଟା ସମୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଏକ ସମାବେଶ ଆୟୋଜିତ ହେବ। ଏଥିରେ ଯୋଗ ଦେଇ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକର୍ତ୍ତାଙ୍କ ମାର୍ଗଦର୍ଶନ କରିବେ। ଏହାପରେ କେନ୍ଦ୍ରମନ୍ତ୍ରୀ “ବନ୍ଦେ ମାତରଂ ଭବନ”ର ଉଦ୍ଘାଟନ କରିବେ। ତେବେ, ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ କନିଷି ସ୍ଥିତ ଆଇଜର ଗସ୍ତ କାର୍ଯ୍ୟକ୍ରମ ରହିଛି। ସେଠାରୁ ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କୁ ପାଛୋଟି ନେବେ। ଏହାପରେ ମନ୍ତ୍ରୀ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି।
/-Dr