Odiapua.com

ମାଛ ତେଲରେ ମାଛ ଭଜା ..

ଭୁବନେଶ୍ୱର: ମାଛ ତେଲରେ ମାଛ ଭାଜୁଛନ୍ତି ମାଲିକେ – ମାଲିକାଣୀ। ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟର ମାଲିକାଣୀ ହେଲେ ମୃଦଳା ଠାକୂର ପ୍ରଧାନ। ଆଉ ଏମିତିରେ ଓଡ଼ିଶା ବିଜେପିର ମାଲିକ ବୋଲାନ୍ତି ଧର୍ମେନ୍ଦ୍ର ପ୍ରଧାନ। ଉଭୟ ପତି – ପତ୍ନୀ (ମାଲିକେ – ମାଲିକାଣୀ) ମିଶି ମାଛ ମାଛ ତେଲରେ ମାଛ ଭାଜୁଛନ୍ତି। ଏବେ ମୃଦଳାଙ୍କ ତତ୍ୱାବଧାନରେ ବିକାଶ ଫାଉଣ୍ଡେସନ୍ ପକ୍ଷରୁ ଢେଙ୍କାନାଳ ଏବଂ ସମ୍ବଲପୁରରେ ହୋଇଯାଇଛି ମାଗଣା ସ୍ୱାସ୍ଥ୍ୟ ଶିବିର। ତେବେ ଖୁବ୍ ଚାଲାକତାର ସହିତ ଏଠି ଗୋଟେ ଗୁଳିରେ ଅନେକ ଶୀକାର କରିବା ଯୋଜନା କରି ମାଛ ତେଲରେ ଭଜାଯାଇଛି ମାଛ। ବିକାଶ ଫାଉଣ୍ଡେସନ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ବିଜେପି ନେତା/କର୍ମି ବା ବିଧାୟକ ପାର୍ଥି ଆସି ଖଟିଛନ୍ତି। ତେଣେ ଶିବିର ସ୍ଥଳରେ ମୋଦୀଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ପୋଷ୍ଟର ବ୍ୟାନର ମରାଯାଇଛି। ଆଉ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଶିବିରକୁ ଆସିଥିବା ଲୋକକଙ୍କୁ ଦିଆଯାଇଥିବା ଥଳିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ରହି ସେମାନଙ୍କୁ ସେହି ଥଳି ଧରାଇ, ସେମାନଙ୍କ ଫଟୋ ଉଠାଇ ପ୍ରଚାରପ୍ରସାର କରାଯାଇଛି। ବିକାଶ ଫାଉଣ୍ଡେସନ୍ ନାମରେ କାମକୁ କାମ ହେଲା, ବିଜେପି ନେତା, କର୍ମୀ ଆସି ଖଟିଲେ, ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାରପ୍ରସାର ବି ହେଲା। ବାସ୍ତବରେ ମାନିବାକୁ ପଡ଼ିବ ମନ୍ତ୍ରୀ ଆଉ ମୃଦଳାଙ୍କ ବୁଦ୍ଧିକୁ। ମାଛ ତେଲରେ ଭାଜିଦେଲେ ମାଛ!
-/Dev@DRarh