Odiapua.com

ତମ କଥା ଭାରି ମନେ ପଡ଼ୁଛି; ମୁଁ ଭାରି ଦୁଃଖରେ ଅଛି ..

ଭୁବନେଶ୍ୱର: ସାନ୍ତୁନୁ କୁମାର ମହାନ୍ତି (ଭାଇରାଲ୍ ବଏ ସାନ୍ତୁନୁ) ଏବଂ ଜ୍ୟୋତିର୍ମୟୀ କଣ୍ଠଦାନ କରିଥିବା ମ୍ୟୁଜିକ୍ ଆଲବମ୍ ଗୀତ “ଧନ କାହିଁ ଫୋନ୍ କରୁନ” ଖୁବ୍ ଭାଇରାଲ୍ ଏବଂ ପସନ୍ଦ କରାଯାଉଛି। ସାବିତ୍ରୀ ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ ଏହି ଗୀତଟିର ଗୀତିକାର ପଞ୍ଚାନନ ନାୟକ ଥିବା ବେଳେ ସଙ୍ଗୀତ ଦେଇଛନ୍ତି କୃଷ୍ଣଚନ୍ଦ୍ର। “ଧନ ଆଜି କାଲି ତମେ କାହିଁ ଫୋନ୍ କରୁନ କି ଫୋନ୍ ଧରୁନ .. ତମ କଥା ଭାରି ମନେ ପଡ଼ୁଛି, ମୁଁ ଭାରି ଦୁଃଖରେ ଅଛି” .. ଗୀତଟି ଖୁବ୍ ମଜାଳିଆ ଲାଗିବା ସହ ଖୁବ୍ ପସନ୍ଦ ଏବଂ ଭାଇରାଲ୍ ହେଉଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ଗୀତିକାର ପଞ୍ଚାନନ ନାୟକଙ୍କ “ଏଥର ଫଗୁଣେ ବାଜିବଲ ବାଜା” ଗୀତ ସାନ୍ତୁନୁ ଗାଇଥିଲେ। ଯାହା ଖୁବ୍ ପସନ୍ଦ କରାଯାଇଥିଲା।
-/Dr
Dhana Kahin Phone Karuna || Viral Boy Santanu || Jyotirmayee || Romantic Song || Sabitree Music