Odiapua.com

ରାହୁଲଙ୍କ ପ୍ରଶ୍ନ:ନୋଟବନ୍ଦୀ ବେଳେ କୌଣସି କଳାଧନ ରଖିଥିବା ଧନୀଙ୍କୁ ଲାଇନରେ ଦେଖିଛ? ବିଜେପିର ଉତ୍ତର:ହଁ,ତୁମକୁ ଦେଖିଛୁ!

ଭୁବନେଶ୍ୱର:ଶୁକ୍ରବାର ଦିନ ଛତିଶଗଡ଼ରେ ଏକ ନିର୍ବଚନୀ ସଭାରେ ଭାଷଣ ଦେବା ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପି ସରକାର ତଥା ନରେନ୍ଦ୍ର ମୋଦୀଙ୍କ ଉପରେ ଖୁବ୍ ବର୍ଷିଥିଲେ।ବିଭିର୍ଣ୍ଣ କଥାରେ ସେ ବିଜେପି ଏବଂ ମୋଦୀଙ୍କୁ ସମାଲୋଚନା କରିବା ଭିତରେ ମୁଖ୍ୟତଃ ନୋଟବନ୍ଦୀକୁ ନେଇ ବେଶୀ ଆକ୍ଷେପ କରିଥିଲେ।ରାହୁଲ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସବୁ ବିଷୟରେ କହୁଛନ୍ତି।କିନ୍ତୁ ନୋଟବନ୍ଦୀ ବିଷୟରେ କାହିଁକି ମୁହଁ ଖୋଲୁ ନାହାଁନ୍ତି?ମୋଦୀ ଜାଣିଶୁଣି ନୋଟବନ୍ଦୀ ବିଷୟରେ କହୁ ନାହାଁନ୍ତି।କାରଣ ମୋଦୀ ଜାଣିଛନ୍ତି ଯଦି ସେ ନୋଟବନ୍ଦୀ ବିଷୟରେ କହି ଥାଆନ୍ତେ,ତେବେ ଛତିଶଗଡ଼ ଲୋକ ତାଙ୍କୁ ଭଗେଇ ଦେଇଥାଆନ୍ତେ।ଏହା ସହ ରାହୁଲ କଟାକ୍ଷ କରି ପ୍ରଶ୍ନ କରିଥିଲେ ଯେ ନୋଟବନ୍ଦୀ ସମୟରେ କୌଣସି ବ୍ଲାକମନି ହୋଲ୍ଡର(କଳା ଧନ ରଖିଥିବା)ଧନୀ ଲୋକଙ୍କୁ ଦାମୀ କାରରେ ଆସି ଲାଇନରେ ଠିଆ ହୋଇଥିବାର କେହି କେବେ ଦେଖିଛ?

ତେବେ ବିଜେପି ଏହାର ଉତ୍ତର ରଖିଛି।ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡାଃ: ସମ୍ବିତ ପାତ୍ର କହିଛନ୍ତି ଯେ,ହଁ ଦେଖିଛୁ।ତୁମକୁ ଦେଖିଛୁ।୪ କୋଟି ଟଙ୍କାର କାରରେ ଆସି ଲାଇନରେ ଠିଆ ହେବାର।ଏହା ସହ ସମ୍ବିତ କହିଥିଲେ ଯେ ଦୁଇ ବର୍ଷ ବିତିଯାଇଥିଲେ ସୁଧା କଂଗ୍ରେସ ନୋଟବନ୍ଦୀ ନେଇ ମିଛ କହିବା ବନ୍ଦ କରିନି।ନୋଟବନ୍ଦୀ ଯୋଗୁଁ ନକ୍ସଲ ସମ୍ବଦ୍ଧିତ ମାମଲା ୬୦% କମି ଯାଇଛି ବୋଲି ସମ୍ବିତ କହିଥିଲେ।/ଦେବଦତ୍ତ