Odiapua.com

ବାଉଳା ହେଲାଣି ପାକିସ୍ଥାନ : ସମଝୌତା-ଥାର ପରେ ପାକିସ୍ଥାନ ଲାହୌର-ଦିଲ୍ଲୀ ବସ ସେବା ବନ୍ଦ କଲା – କାରଗିଲ ଯୁଦ୍ଧ ସମୟରେ ମଧ୍ୟ ବନ୍ଦ ହୋଇନଥିଲା ଏହି ବସ ସେବା

ନୂଆ ଦିଲ୍ଲୀ ୧୦-୮ (ଓଡ଼ିଆ ପୁଅ) ଜାମ୍ମୁ ଏବଂ କାଶ୍ମୀର (Jammu and Kashmir)ରୁ ଆର୍ଟିକଲ ୩୭୦ ଏବଂ ଆର୍ଟିକଲ ୩୫ ଏ (Article 370 And article 35A) ହଟାଯିବା ପରେ ପାକିସ୍ଥାନ କ୍ରମାଗତଭାବେ ବାଉଳା ହେଲାଣି। ଏବେ ପାକିସ୍ତାନ ଦିଲ୍ଲୀ-ଲାହୌର ବସ ସର୍ଭିସ ସସ୍ପେଂଡ କରିଛି। ଏହା ପୂର୍ବରୁ ପାକିସ୍ତାନ ଥାର ଏକ୍ସପ୍ରେସ ସେବାକୁ ବନ୍ଦ କରି ଦେଇଥିଲା ଏବଂ ସମଝୌତା ଏକ୍ସପ୍ରେସକୁ ମଧ୍ୟ ରୋକିଦେଇଥିଲା।

ସୂଚନାଯୋଗ୍ୟଯେ, ପୂର୍ବରୁ ପାକିସ୍ତାନ ଭାରତ ସହିତ ରାଜନୈତିକ ସମ୍ବନ୍ଧ ସମାପ୍ତ କରିଦଇଛି। ତା’ ପରେ ଭାରତୀୟ ଫିଲ୍ମର ପ୍ରଦର୍ଶନ ଉପରେ ରୋକ ଲଗାଇବା ସହିତ ଭାରତରେ ବ୍ୟାପାରିକ ସମ୍ପର୍କକୁ ସମାପ୍ତ କରିସାରିଛି। ଏହା ପରେ ପାକିସ୍ତାନ ସମଝୌତା ଏକ୍ସପ୍ରେସ ଏବଂ ଥାର ଏକ୍ସପ୍ରେସ ଟ୍ରେନକୁ ରୋକି ଥିଲା, ଏବେ ସେ ଦିଲ୍ଲୀ ଲାହୌର ମଧ୍ୟରେ ଚାଲୁଥିବା ବସ ସେବାକୁ ମଧ୍ୟ ସସ୍ପେଂଡ କରିଦେଇଛି।

ସୂଚନାଯୋଗ୍ୟଯେ, ଶେଷ ବସରେ ପାକିସ୍ତାନରେ ଆସିଲେ ମାତ୍ର ୩ଜଣ ଯାତ୍ରୀ। ପାକିସ୍ତାନ ତରଫରୁ ଲାହୌର-ଦିଲ୍ଲୀ ବସ ସେବାର ସଞ୍ଚାଲନ ପାକିସ୍ତାନ ପର୍ଯ୍ୟଟନ ବିକାଶ ନିଗମ କରିଥାଏ ଏବଂ ଭାରତ ତରଫରୁ ଦିଲ୍ଲୀ ଯାତାଯାତ ନିଗମ (DTC) ଏହି ବସର ସଞ୍ଚାଲନ କରିଥାଏ।

ଭାରତ ତରଫରୁ ଯାଉଥିବା ବସ ସେବା ଦିଲ୍ଲୀ ଗେଟ ନିକଟରୁ ଆମେବେଦକର ଷ୍ଟାଡ଼ିୟମରୁ ଚାଲିଥାଏ। ଡିଟିସି ବସ ସୋମବାର, ବୁଧବାର ଏବଂ ଶୁକ୍ରବାର ଭାରତରୁ ଯାଇଥାଏ ଏବଂ ପିଟିଡିସିର ଲାହୌରରୁ ଦିଲ୍ଲୀ ଆସୁଥିବା ବସ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିଲ୍ଲୀରୁ ଲାହୌର ଯାଇଥାଏ। ଗୁରୁବାର ସଂଧ୍ୟା ୬ଟା ବେଳେ ଦିଲ୍ଲୀରୁ ଲାହୌର ଯାଇଥିବା ବସରେ ମାତ୍ର ୪ଜଣ ଯାତ୍ରୀ ଥିଲେ।

କାରଗିଲ ଯୁଦ୍ଧ ସମୟରେ ମଧ୍ୟ ବନ୍ଦ ହୋଇନଥିଲା ଏହି ବସ ସେବା
ବିଶେଷ କଥା ଏହା କି ୧୯୯୯ ରେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କାରଗିଲରେ ଯୁଦ୍ଧ ଚାଲୁଥିଲା, ସେତେବେଳେ ମଧ୍ୟ ଏହି ବସ ଯାତ୍ରାକୁ ବନ୍ଦ କରାଯାଇ ନଥିଲା। ଅବଶ୍ୟ ଦୁଇ ବର୍ଷ ପରେ ୧୩ ଡିସେମ୍ବର, ୨୦୦୧ ରେ ଯେତେବେଳେ ଭାରତୀୟ ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣ ହେଲା ସେତେବେଳେ ଏହାକୁ ରଦ୍ଦ କରାଯାଇଥିଲା। ଏହା ୨୦୦୩ ପର୍ଯ୍ୟନ୍ତ ବନ୍ଦ ଥିଲା। ପରେ ଭାରତ-ପାକ ସମ୍ବନ୍ଧରେ ସୁଧାର ଆସିବାପରେ ଏହା ଚାଲୁହୋଇଥିଲା।