Odiapua.com

ଆଜିଠାରୁ ଆପଣଙ୍କ ମୁଁହ ଚିହ୍ନିବ ଏୟାରପୋର୍ଟର ଏଣ୍ଟ୍ରି, ଗେଟ୍ – ବିନା ପରିଚୟ ପତ୍ରରେ ହେବ ଏଣ୍ଟ୍ରି !

ନୂଆ ଦିଲ୍ଲୀ ୬-୯ (ଓଡ଼ିଆ ପୁଅ) ଆପଣଙ୍କ ଚେହରା ହିଁ ହେବ ଏବେ ବୋର୍ଡିଙ୍ଗ ପାଶ୍ ଅର୍ଥାତ୍ ଆପଣଙ୍କ ମୁଁହଁ ହେବ ବୋର୍ଡ଼ିଂ ପାଶ୍ ର କାମ କରିବ। ସିଭିଲ ଆଭିଏସନ ମନ୍ତ୍ରଣାଳୟ ଏବେ ଏହା କରିବାକୁ ଯାଉଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟର ଟର୍ମିନାଲ ୩ ରେ ୬ ସେପ୍ଟେମ୍ବରରୁ Facial Recognitionର ଟ୍ରାଏଲ ଆରମ୍ଭ ହେବାକୁ ଯାଉଛି। ଅବଶ୍ୟ ଏହାର ପ୍ରାରମ୍ଭ କେବଳ ବିସ୍ତାରା ଏୟାରଲାଇନ୍ସର ପାସେଞ୍ଜର୍ସମାନଙ୍କ ପାଇଁ ହେବ ଏବଂ ସମ୍ପୂର୍ଣ୍ଣ ଭାବରେ ବୈକଳ୍ପିକ ହେବ। ସମସ୍ତ ଇ ଗେଟ୍ସରେ ବିଶେଷ କ୍ୟାମେରା ଲଗାଯାଇଛି। ଯାହାକି ପାସେଞ୍ଜର ଚେହେରାର ଡିଟେଲ୍ସ କ୍ୟାପଚର କରିବ। ତିନ ମାସର ଟ୍ରାଏଲ ପରେ ଏହି ନିଷ୍ପତି ନିଆଯିବ ଏହାକୁ ଜାରୀ ରଖାଯିବ କି ନାହିଁ। ଏହି ଟେକ୍ନିକ ସରକାରଙ୍କର ଡିଜି ଯାତ୍ରା ସ୍କିମର ଅଂଶ ଅଟେ।

ଡିଜିଟଲ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ଦିଗରେ ସରକାର ଏବେ ବିମାନ ଯାତ୍ରାକୁ ମଧ୍ୟ ପେପର ଲେସ କରିବାକୁ ଯାଉଛନ୍ତି। ଅର୍ଥାତ୍ ଏବେ ବିମାନଯାତ୍ରା ସମୟରେ ଯାତ୍ରୀମାନଙ୍କ ପରିଚୟ ପାଇଁ ନିଜ ସାଥିରେ ଆଇଡି କାର୍ଡ ନେବାକୁ ପଡ଼ିବ ନାହିଁ। ଯାତ୍ରୀଙ୍କର ଚେହରା ହିଁ ତାଙ୍କର ଆଇଡ଼ି କାର୍ଡ ହେବ।