ନୂଆ ଦିଲ୍ଲୀ ୧୧-୨ (ଓଡ଼ିଆପୁଅ) ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦ର ମତଗଣନା ଆରମ୍ଭ ହୋଇଯାଇଛି। ସକାଳ ୮ ଟାରେ ମତଗଣନା ଆରମ୍ଭ ହୋଇଛି ଏବଂ ଦ୍ୱିପ୍ରହର ପର୍ଯ୍ୟନ୍ତ ସମସ୍ତ ଫଳାଫଳ ସାମନାକୁ ଆସିଯିବ। ଦିଲ୍ଲୀରେ ୮ ଫେବୃଆରିରେ ମତଦାନ ହୋଇଥିଲା। ଏଥର ପ୍ରାୟତଃ ୬୨ପ୍ରତିଶତ ମତଦାନ ହୋଇଥିଲା।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ୬୭୨ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ ଆଜି। କଡ଼ା ସୁରକ୍ଷା ମଧ୍ୟରେ ସକାଳେ ୮ ଟାରୁ ମତଗଣନା ଆରମ୍ଭ ହୋଇଛି। ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ (ସିଇଓ) ମତଗଣନାପାଇଁ ପ୍ରସ୍ତୁତି ସୋମବାର ସଂଧ୍ୟାରେ ପର୍ଯ୍ୟନ୍ତ ଅନ୍ତିମ ରୂପ ଦେଇଥିଲେ।
ପ୍ରଥମ ୭୦ ଟି ଆସନରୁ ୫୬ଟି ଆସନରେ ଆମ ଆଦମୀ ପାର୍ଟୀ ଆଗରେ ଥିବା ବେଳେ ବିଜେପି ୧୪ଟି ଆସନରେ ଆଗୁଆ ଅଛି କଂଗ୍ରେସ ଖାତା ଖୋଲି ପାରିନାହିଁ। ଏବେ ପୋଷ୍ଟାଲ ବାଲାଟ୍ସର ଗଣତି ଆରମ୍ଭ ହୋଇଛି।