Odiapua.com

ଦିଲ୍ଲୀ ହିଂସା : ଉପଦ୍ରବୀଙ୍କୁ ଦେଖିବାକ୍ଷଣି ଗୁଳି ମାରିବାକୁ ଆଦେଶ : ଏପର୍ଯ୍ୟନ୍ତ ୨୦ଜଣଙ୍କର ମୃତ୍ୟୁ

ନୂଆ ଦିଲ୍ଲୀ ୨୬-୨ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନ୍ ର ସମର୍ଥନ କରୁଥିବା ଏବଂ ବିରୋଧ କରୁଥିବା ନର୍ଥ ଇଷ୍ଟ ଦିଲ୍ଲୀ ହିଂସା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନର୍ଥ ଇଷ୍ଟ ଦିଲ୍ଲୀର ଅନେକ ଅଞ୍ଚଳରେ ଗତ ତିନ ଦିନ ହେବ ଜାରୀ ହିଂସାରେ ଏପର୍ଯ୍ୟନ୍ତ ୨୦ଜଣ ଲୋକଙ୍କର ଜୀବନ ଚାଲି ଗଲାଣି ବୋଲି ଖବର ମିଳିଛି। ଏମାନଙ୍କ ମଧ୍ୟରେ ଜଣେ ପୋଲିସ କର୍ମୀ ମଧ୍ୟ ସାମିଲ ଅଛନ୍ତି। ରବିବାର ଦିନରୁ ଆରମ୍ଭ ହିଂସାରେ ଏପର୍ଯ୍ୟନ୍ତ ପ୍ରାୟତଃ ୨୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଯେଉଁଥିରେ ପ୍ରାୟତଃ ୫୬ ରୁ ଅଧିକ ପୋଲିସ୍ ର ଯବାନ ଅଛନ୍ତି। ନାଗରିକତା ସଂଶୋଧନ ଆଇନ୍ କୁ ନେଇକରି ନର୍ଥ ଇଷ୍ଟ ଦିଲ୍ଲୀ ଅର୍ଥାତ୍ ଉତ୍ତର ପୂର୍ବ ଦିଲ୍ଲୀର ଜାଫରାବାଦ, ମୌଜପୁର, ବାବରପୁର ଏବଂ ଚାନ୍ଦବାଗରେ ରବିବାର, ସୋମବାର ଏବଂ ମଙ୍ଗଳବାରଦିନ କ୍ରମାଗତଭାବେ ହିଂସା ହୋଇଛି। ଏହି କାରଣରୁ ପ୍ରଶାସନ ୧୪୪ ଧାରା ଲଗାଇଛି। ଅନେକ ସଂଖ୍ୟାରେ ପୋଲିସ୍ ମୁତୟନ ହୋଇଛି। ଆଜି ଏହି ମାମଲାରେ ସୁପ୍ରୀମ କୋର୍ଟ ଏବଂ ହାଇକୋର୍ଟରେ ଅଲଗା-ଅଲଗା ଯାଚିକାଗୁଡ଼ିକ ଉପରେ ଶୁଣାଣି ହେବ।

ଗତ ଦୁଇ ଦିନ ଦିଲ୍ଲୀରେ ହୋଇଥିବା ହିଂସାକୁ ନେଇକରି ଗୁରୁ ତେଗ ବାହାଦୁର ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ ମୃତକଙ୍କ ସଂଖ୍ୟା ବଢ଼ି ୨୦ ହେଲାଣି।

ନାଗରିକତା ଆଇନ୍ କୁ ନେଇ ଦିଲ୍ଲୀରେ ଆରମ୍ଭ ହୋଇଥିବା ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ମୁରଲୀଧରଙ୍କର ଘରେ ଅଧା ରାତିରେ ଶୁଣାଣି ହୋଇଛି। ଜଜ ଡିସିପିଙ୍କୁ ଏହି ନିର୍ଦେଶ ଦେଇଥିଲେ କି ଆହତମାନଙ୍କୁ ବଡ଼ ହସ୍ପିଟାଲକୁ ସିଫ୍ଟ କରାଯାଉ ଏବଂ ତାଙ୍କୁ ସୁରକ୍ଷା ଦିଆଯାଉ।

ଉପଦ୍ରବିମାନଙ୍କୁ ଗୁଳି ମାରିବାକୁ ଆଦେଶ :

ହିଂସାକୁ ଦେଖି ନର୍ଥ ଇଷ୍ଟ ଦିଲ୍ଲୀର କେତେକ ସ୍ଥାନରେ ପୋଲିସ୍ ଉପଦ୍ରବିମାନଙ୍କୁ ଦେଖିବାକ୍ଷଣି ଗୁଳି ମାରିବାକୁ ଆଦେଶ ଜାରୀ କରିଛନ୍ତି।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କର ବାସଗୃହ ବାହରେ ଦିଲ୍ଲୀ ହିଂସାରେ ଆକ୍ସନ ନେବାପାଇଁ ଦାବି କରୁଥିବା ଲୋକମାନଙ୍କୁ ପୋଲିସ୍ ୱାଟର କ୍ୟାନନ ଲଗାଇ ହଟାଇଛି। ଜାମିୟା ମିଲିୟା ଇସ୍ଲାମିଆର ପୂର୍ବତନ ଛାତ୍ର ସଂଘ ଏବଂ ଜାମିଆ ଅର୍ଡିନେସନ କମିଟି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କର ଘର ବାହରେ ଧାରଣା ଦେଇଛନ୍ତି। ଏହି ଲୋକମାନେ ଦିଲ୍ଲୀ ହିଂସା ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ଏବଂ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି।

ଅଜୀତ ଡୋଭାଲ ସ୍ଥିତି ନୀରିକ୍ଷଣ କଲେ

ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜୀତ ଡୋଭାଲ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଏହି ହିଂସାର ନୀରିକ୍ଷଣ କରିବା ପାଇଁ ସିଲମପୁର ପହଁଞ୍ଚିଥିଲେ। ଡୋଭାଲ ପୋଲିସ୍ ର ବରିଷ୍ଠ ଅଧିକାରିମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ସୀଲମପୁର ସ୍ଥିତ ଡେପୁଟି କମିଶନର ଅଫ ନର୍ଥ-ଇଷ୍ଟ ପୋଲିସ୍ ଅଫିସରେ ପ୍ରାୟତଃ ଏକ ଘଣ୍ଟା ପର୍ଯ୍ୟନ୍ତ ପୋଲିସ୍ ବରିଷ୍ଠ ଅଧିକାରିମାନଙ୍କ ସହିତ ବୈଠକ କରିଥିଲେ।

ଅର୍ଦ୍ଧସୈନିକ ବଳର ୩୫ ପ୍ଲାଟୁନ ମୁତୟନ

ହିଂସାକୁ ଦେଖି ପୋଲିସ୍ ସହିତ ଅର୍ଦ୍ଧସୈନିକ ବଳର ୩୫ ପ୍ଲାଟୁନ ମୁତୟନ କରାଯାଇଛି। ଦିଲ୍ଲୀ ପୋଲିସ୍ ର ପ୍ରବକ୍ତା ମନ୍ଦୀପ ସିଂହ ରନ୍ଧାବା କହିଛନ୍ତି କି ଅଲଗା-ଅଲଗା ଥାନାରେ ୧୧ ଟି ଏଫଆଇଆର ରୁଜୁ ହୋଇଛି। ୨୫ ଲୋକଙ୍କୁ ପୋଲିସ୍ ଅଟକ ରଖି ପଚରା ଉଚରା କରୁଛି। ଏମାନଙ୍କ ଉପରେ ହତ୍ୟା, ହତ୍ୟା ପାଇଁ ପ୍ରୟାସ, ପୋଲିସ୍ ଉପରେ ଆକ୍ରମଣ ଏବଂ ସଂପତ୍ତିକୁ କ୍ଷତି ପହଁଚାଇବା ପରି ଧାରା ଲଗାଯାଇଛି।

ଏହି ଅଞ୍ଚଳରେ ହୋଇଛି ହିଂସା

ଉତ୍ତର ପୂର୍ବ ଦିଲ୍ଲୀ ଜାଫରାବାଦ, ମୌଜପୁର, ବ୍ରହ୍ମପୁରୀ, ବାବରପୁର, କର୍ଦମପୁରୀ, ସୁଦାମାପୁରୀ, ଘୋଂଡା ଚୌକ, କରାବଲ ନଗର, ମୁସ୍ତଫାବାଦ, ଚାନ୍ଦବାଗ, ନୂରେ ଇଲାହୀ, ଭଜନପୁରା ଏବଂ ଗୋକଲପୁରୀ ଆଦି ସ୍ଥାନରେ ହିଂସା ଗତ ତିନି ଦିନ ହେବ ଚାଲିଛି। ମଙ୍ଗଳବାର ସକାଳେ ମଧ୍ୟ ଦୁଇ ପକ୍ଷ ଲୋକ ସଡ଼କରେ ମଧ୍ୟରେ ପଥରବାଜୀ ଏବଂ ଫାଇରିଂ ଚାଲିଥିଲା।

ସ୍କୁଲ ବନ୍ଦ ଏବଂ ପରୀକ୍ଷା ସ୍ଥଗିତ :

ଉତ୍ତର ପୂର୍ବୀ ଜିଲ୍ଲାର ସ୍କୁଲ ବୁଧବାରଦିନ ମଧ୍ୟ ବନ୍ଦ ରଖାଯାଇଛି। ଦିଲ୍ଲୀ ସରକାର ଗୃହ ପରୀକ୍ଷା ସ୍ଥଗିତ କରିବାକୁ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ଟ୍ବୀଟ କରି ଏହାର ସୂଚନା ଦେଇଛନ୍ତି। ସରକାର ସିବିଏସ୍ଇ ବୋର୍ଡ ପରୀକ୍ଷାକୁ ମଧ୍ୟ ସ୍ଥଗିତ କରିବା ଇଚ୍ଛା ପ୍ରକାଶ କରିଛନ୍ତି।

ଅମିତ ଶାହ ଦୁଇ ଥର ବୈଠକ କରିଛନ୍ତି

ରାଜଧାନୀ ଦିଲ୍ଲୀରେ ହିଂସା ପରେ ଅବସ୍ଥା ବିଗୁଡ଼ୁଥିବା ଦେଖି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିନ ଦ୍ୱିପ୍ରହରରେ ଭାଜପା, କଂଗ୍ରେସ ଏବଂ ଆପ ନେତାମାନଙ୍କ ସହିତ ବୈଠକ କରିଥିଲେ। ତା’ ପରେ ସେ ସଂଧ୍ୟା ସାତଟା ସମୟରେ ପୁନଃ ବରିଷ୍ଠ ଅଧିକାରିମାନଙ୍କ ସହିତ ଅବସ୍ଥାର ସମୀକ୍ଷା କରିଥିଲେ।

ମେଟ୍ରୋ ଷ୍ଟେସନ ବନ୍ଦ:

ହିଂସାକୁ ଦେଖି ମଙ୍ଗଳବାରଦିନ ପିଙ୍କ ଲାଇନ ମେଟ୍ରୋର ପାଞ୍ଚଟି ଷ୍ଟେଶନ ବନ୍ଦ ରହିଥିଲା। ଏମାନଙ୍କ ମଧ୍ୟରେ ଶିବ ବିହାର, ଜୌହରୀ ଏଂକ୍ଲେବ, ଗୋକୁଲପୁରୀ, ମୌଜପୁର ଏବଂ ଜାଫରାବାଦ ମେଟ୍ରୋ ଷ୍ଟେସନ ସାମିଲ ଥିଲା। ପିଂକ ଲାଇନ ମେଟ୍ରୋକୁ କେବଳ ମଜଲିସ ପାର୍କରୁ ୱେଲକମ ପର୍ଯ୍ୟନ୍ତ ଚଲାଯାଇଥିଲା।

ନାଗରିକତା ସଂଶୋଧନ ଆଇନ୍ ବିରୁଦ୍ଧରେ ବଡ଼ ସଂଖ୍ୟାରେ ପ୍ରଦର୍ଶନ କରୁଥିବା ଲୋକମାନେ ରବିବାରଦିନ ସଡ଼କ ଅବରୋଧ କରିଥିଲେ। ଏହା ପରେ ଜାଫରାବାଦରେ ସିଏଏର ସମର୍ଥକରେ ଏବଂ ବିରୋଧୀମାନଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ଦିଲ୍ଲୀର ଅନେକ ଅଞ୍ଚଳରେ ମଧ୍ୟ ଏହିପରି ଧାରଣା ଆରମ୍ଭ ହୋଇଛି। ମୌଜପୁରରେ ଭାରତୀୟ ଜନତା ପାଟି ନେତା କପିଲ ମିଶ୍ର ଏକ ସଭା ଡକାଇଥିଲେ ଯେଉଁଥିରେ ସେ ଦାବି କରିଥିଲେ କି ପୋଲିସ୍ ତିନି ଦିନ ଭିତର ସିଏଏ ବିରୋଧୀ ପ୍ରଦର୍ଶନକାରୀମାନଙ୍କୁ ହଟାଇବାକୁ। ତା’ର ତୁରନ୍ତ ପରେ ଦୁଇ ଗୋଷ୍ଠୀର ସଦସ୍ୟମାନଙ୍କ ମଧ୍ୟରେ ପଥରବାଜୀ ଆରମ୍ଭ ହୋଇଥିଲା, ଏହାକୁ ଦେଖି ପୋଲିସ୍ କୁ ଆଶୁ ଗ୍ୟାସ ଛାଡ଼ିବାକୁ ପଡ଼ିଥିଲା।