Odiapua.com

ଋଷର ଟିକା ଉତ୍ପାଦନକାରୀ ସୁପଟନିକ୍-ଭି, ଦିଲ୍ଲୀକୁ ଟିକା ଯୋଗାଇବାକୁ ରାଜି – ଅରବିନ୍ଦ କେଜ୍ରିୱାଲ

ନୂଆ ଦିଲ୍ଲୀ ୨୬-୫ (ଓଡ଼ିଆ ପୁଅ) ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଋଷର ଟିକା ଉତ୍ପାଦନକାରୀ ସୁପଟନିକ୍ ଜାତୀୟ ରାଜଧାନୀରେ ଏହି ଟିକା ଯୋଗାଇବାକୁ ରାଜି ହୋଇଛି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ କହିଛନ୍ତି ଯେ COVID ଟିକା କେତେ ମାତ୍ରାରେ ଯୋଗାଇ ଦିଆଯିବ ସେ ନେଇ କମ୍ପାନୀ ସହ ଆଲୋଚନା ଚାଲିଛି। କିନ୍ତୁ ଏହାର ପରିମାଣ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ। ଆମର ଅଧିକାରୀ ଏବଂ ଟୀକା ଉତ୍ପାଦନକାରୀଙ୍କ ପ୍ରତିନିଧିମାନେ ମଧ୍ୟ ମଙ୍ଗଳବାର ଭେଟିଥିଲେ ବୋଲି ସିଏମ୍ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଯେ ସହରରେ ପ୍ରାୟ ୬୨୦ ଟି କଳା ଫଙ୍ଗସ୍ କିମ୍ବା ମ୍ୟୁକର୍ମାଇକୋସିସ୍ ଚିହ୍ନଟ ହୋଇଛି, କିନ୍ତୁ ଏହାର ଚିକିତ୍ସାରେ ବ୍ୟବହୃତ ଆମ୍ଫୋଟେରାଇସିନ୍-ବି ଇଞ୍ଜେକ୍ସନର ଅଭାବ ରହିଛି।

ଦ୍ୱାରକାସ୍ଥିତ ଭେଗାସ୍ ମଲ୍ ଠାରେ ଦିଲ୍ଲୀର ପ୍ରଥମ ଡ୍ରାଇଭ୍ ମାଧ୍ୟମରେ ଟୀକାକରଣ କେନ୍ଦ୍ରର ଶୁଭାରମ୍ଭ ଅବସରରେ ସେ ଏହା ମଧ୍ୟ କହିଛନ୍ତି ଯେ ମଡେର୍ନା ଏବଂ ଫାଇଜର ଦ୍ୱାରା ପ୍ରସ୍ତୁତ ଟିକା ଉଭୟ ଶିଶୁଙ୍କ ପାଇଁ ଉପଯୁକ୍ତ ଏବଂ ପିଲାମାନଙ୍କୁ ଟୀକାକରଣ ପାଇଁ କେନ୍ଦ୍ର ସରକାର ଏହି ଟୀକା କ୍ରୟ କରିବା ଉଚିତ୍।