Odiapua.com

ଦୀପିକାଙ୍କ ପରିବାରର ସମସ୍ତେ କରୋନା ପଜିଟିଭ୍ – ଦୀପିକା ମଧ୍ୟ କରୋନା ଆକ୍ରାନ୍ତ

ମୁମ୍ବାଇ ମଇ ୪ (ଓଡ଼ିଆ ପୁଅ) ଅଭିନେତ୍ରୀ ଦୀପିକା ପାଦୁକୋନ୍‌ କରୋନାଭାଇରସ୍ ସଂକ୍ରମିତ ହୋଇଛନ୍ତି। ଏହାପୂର୍ବରୁ ଦୀପିକାଙ୍କ ପିତା ତଥା ବ୍ୟାଡମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନଙ୍କୁ ଦୀର୍ଘ ଦିନ ଧରି ଜ୍ୱର ଲାଗିରହିଥିଲା ଏବଂ ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ, ତାଙ୍କ ପତ୍ନୀ ଏବଂ ସାନ ଝିଅ ଅନିଶା ମଧ୍ୟ କୋଭିଡ ପଜିଟିଭ୍। ବର୍ତ୍ତମାନ ରିପୋର୍ଟ ଅନୁଯାୟୀ ଦୀପିକା ମଧ୍ୟ କୋଭିଡ୍‌ ପଜିଟିଭ୍ ଥିବା ଜଣାପଡିଛି।