Odiapua.com

ମୋଦିଙ୍କ ପାଇଁ ଦୀପଦାନ, ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ: ଜାତୀୟ କଂଗ୍ରେସ ଏକ ଜାତୀୟ ଲଜ୍ଜା କାମ କରିଛି

ଭୁବନେଶ୍ୱର/ଭଦ୍ରକ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା ଭଙ୍ଗ ହେବା ପରେ ମୋଦୀ ଏକ ସମ୍ଭାବ୍ୟ ବିପଦରୁ ମୁକ୍ତି ପାଇଥିବା ନେଇ ଭଦ୍ରକ ଲୋକନାଥଙ୍କ ମନ୍ଦିରରେ ମୋଦିଙ୍କ ଉଦ୍ଦେଶ୍ୟରେ ଦୀପଦାନ ଏବଂ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିଛି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା। ଏହା ଉପରେ ପ୍ରତିକ୍ରିୟା ଦେଇ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ କହିଛନ୍ତି, ଗତକାଲି ଏକ ଅଭାବନୀୟ ଘଟଣା ଘଟିଗଲା। ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ବିପଦରେ ପକାଇଦେଲା ପଞ୍ଜାବର କଂଗ୍ରେସ ସରକାର। ତେବେ, ସୈଭାଗ୍ୟବଶତଃ କଂଗ୍ରେସର ଭୟଙ୍କର ଷଡ଼ଯନ୍ତ୍ର ବିଫଳ ରହିଲା। ଦେଶର ପ୍ରଧାନମନ୍ତ୍ରୀ, ଆମ ସମସ୍ତଙ୍କ ପ୍ରିୟ ମୋଦୀ ଜୀ’ ଆଜି ସୁରକ୍ଷିତ, ଦେଶ ସୁରକ୍ଷିତ। ମୋଦୀ ଜୀ’ଙ୍କୁ ଘୃଣା କରୁଥିବା କାରଣରୁ ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଭଙ୍ଗ କରିବାକୁ ହୀନ ଉଦ୍ୟମ କରିଥିଲା କଂଗ୍ରେସ। ଯାହା କି ଅତ୍ୟନ୍ତ ନିନ୍ଦନୀୟ। ଦେଶ ସାରା ଏହା ବିରୋଧରେ ସ୍ୱର ଉଠୁଛି। ସ୍ୱର ଆହୁରୀ ତୀବ୍ର ହେବା ଉଚିତ୍। ଜାତୀୟ କଂଗ୍ରେସ ଏକ ଜାତୀୟ ଘୃଣ୍ୟ କାମ କରିଛି। ଏଥିଲାଗି କଂଗ୍ରେସର ନକଲି ଗାନ୍ଧୀ ମା’ – ପୁଅ ଯୋଡ଼ିଙ୍କ ସମେତ ପଞ୍ଜାବର କଂଗ୍ରେସ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଏବଂ ପଞ୍ଜାବ କଂଗ୍ରେସ ସଭାପତି ନବୋଜିତ ସିଂହ ସିଦ୍ଧୁ ଦେଶ ଆଗରେ କ୍ଷମା ମାଗିବା ଉଚିତ୍ ବୋଲି ହରପ୍ରିୟା କହିଛନ୍ତି।ପଞ୍ଜାବର ଯେଉଁ ସ୍ଥାନରେ କାଲି ମୋଦୀ ଜୀ’ ଙ୍କ ସହିତ ଏପରି ଅଘଟଣ ଘଟିଲା ତାହା ପାକିସ୍ତାନ ଠାରୁ ଅନତି ଦୂରରେ। ଏମିତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନକୁ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଭାଇ ବୋଲି କୁହନ୍ତି। ଏଠାରେ ଆଶଙ୍କା ରହୁଛି ଉଦ୍ଦେଶ୍ୟ କିଛି ଅତି ଭୟଙ୍କର ନଥିଲା ତ’ ବୋଲି ପ୍ରଶ୍ନ କରିବା ସହ କଥା ଏଠି କେବଳ ମୋଦୀଜୀ’ଙ୍କ ଜୀବନର କଥା ନୁହେଁ। ଦେଶର ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା କଥା, ଦେଶର ସୁରକ୍ଷାର କଥା। ଯିଏ ଯେଉଁ ଦଳର ହେଉ ନାଁ କାହିଁକି, ଏହାକୁ କେବେ ବି ଜଣେ ସଚ୍ଚା ନାଗରିକ ଗ୍ରହଣ କରିପାରିବ ନାହିଁ ବୋଲି ହରପ୍ରିୟା ସାହୁ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲିପିକା ବାରିକ, ସମ୍ପାଦିକା ଚୈତାଳି ଖିଲାର, ଜିଲ୍ଲା ମହିଳା ମୋର୍ଚ୍ଚା ଆଇଟି ସେଲ୍ ପ୍ରମୂଖ ସ୍ୱର୍ଣ୍ଣଲତା ମିଶ୍ର ଏବଂ ନଗର ସମ୍ପାଦିକା ପଦ୍ମନୀ ଦ୍ବିବେଦୀ ପ୍ରମୂଖ ସାମିଲ୍ ଥିଲେ।
-/Dr