ଭୁବନେଶ୍ୱର/ଭଦ୍ରକ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା ଭଙ୍ଗ ହେବା ପରେ ମୋଦୀ ଏକ ସମ୍ଭାବ୍ୟ ବିପଦରୁ ମୁକ୍ତି ପାଇଥିବା ନେଇ ଭଦ୍ରକ ଲୋକନାଥଙ୍କ ମନ୍ଦିରରେ ମୋଦିଙ୍କ ଉଦ୍ଦେଶ୍ୟରେ ଦୀପଦାନ ଏବଂ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିଛି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା। ଏହା ଉପରେ ପ୍ରତିକ୍ରିୟା ଦେଇ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ କହିଛନ୍ତି, ଗତକାଲି ଏକ ଅଭାବନୀୟ ଘଟଣା ଘଟିଗଲା। ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ବିପଦରେ ପକାଇଦେଲା ପଞ୍ଜାବର କଂଗ୍ରେସ ସରକାର। ତେବେ, ସୈଭାଗ୍ୟବଶତଃ କଂଗ୍ରେସର ଭୟଙ୍କର ଷଡ଼ଯନ୍ତ୍ର ବିଫଳ ରହିଲା। ଦେଶର ପ୍ରଧାନମନ୍ତ୍ରୀ, ଆମ ସମସ୍ତଙ୍କ ପ୍ରିୟ ମୋଦୀ ଜୀ’ ଆଜି ସୁରକ୍ଷିତ, ଦେଶ ସୁରକ୍ଷିତ। ମୋଦୀ ଜୀ’ଙ୍କୁ ଘୃଣା କରୁଥିବା କାରଣରୁ ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଭଙ୍ଗ କରିବାକୁ ହୀନ ଉଦ୍ୟମ କରିଥିଲା କଂଗ୍ରେସ। ଯାହା କି ଅତ୍ୟନ୍ତ ନିନ୍ଦନୀୟ। ଦେଶ ସାରା ଏହା ବିରୋଧରେ ସ୍ୱର ଉଠୁଛି। ସ୍ୱର ଆହୁରୀ ତୀବ୍ର ହେବା ଉଚିତ୍। ଜାତୀୟ କଂଗ୍ରେସ ଏକ ଜାତୀୟ ଘୃଣ୍ୟ କାମ କରିଛି। ଏଥିଲାଗି କଂଗ୍ରେସର ନକଲି ଗାନ୍ଧୀ ମା’ – ପୁଅ ଯୋଡ଼ିଙ୍କ ସମେତ ପଞ୍ଜାବର କଂଗ୍ରେସ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଏବଂ ପଞ୍ଜାବ କଂଗ୍ରେସ ସଭାପତି ନବୋଜିତ ସିଂହ ସିଦ୍ଧୁ ଦେଶ ଆଗରେ କ୍ଷମା ମାଗିବା ଉଚିତ୍ ବୋଲି ହରପ୍ରିୟା କହିଛନ୍ତି।
-/Dr