Odiapua.com

କେବେ ଖୋଲିବ ସ୍କୁଲ କଲେଜ ? କେନ୍ଦ୍ର ମନ୍ତ୍ରୀ କହିଲେ ଏମିତି କଥା

ନୂଆ ଦିଲ୍ଲୀ ୫-୪ (ଓଡ଼ିଆ ପୁଅ) କରୋନା ଭାଇରସ୍ ର ଆତଙ୍କ ଯୋଗୁଁ ସସମ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଅଛି। ସ୍କୁଲ,କଲେଜ ଲକଡାଉନ ପୂର୍ବରୁ ବନ୍ଦ ହୋଇଥିଲା। କେତେକ କ୍ଷେତ୍ରରେ ପରୀକ୍ଷା ବାତିଲ କରାଯାଇଛି। ପ୍ରାଥମିକ ବିଦ୍ୟାର୍ଥୀମାନଙ୍କୁ କେତେକ ରାଜ୍ୟରେ ଉପର ଶ୍ରେଣୀକୁ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇତି ମଧ୍ୟରେ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ପ୍ରଭାବିତ ହୋଇଛି। ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଇତି ମଧ୍ୟରେ ପ୍ରତ୍ୟେକ ଅବିଭାବକ ଏବଂ ଛାତ୍ରମାନଙ୍କ ମନରେ ଗୋଟିଏ ପ୍ରଶ୍ନଯେ, କେବେ ସ୍କୁଲ ଖୋଲିବ? ତେବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀଆଲ୍ ନିଶଙ୍କ ରବିବାର କହିଛନ୍ତି ଏପ୍ରିଲ ୧୪ ପରେ ଲକଡାଉନ୍ ଖୋଲିବ। ନ୍ୟୁଜ୍ ଏଜେନ୍ସିକୁ ଦେଇଥିବା ଏକ ସାକ୍ଷାତକାରରେ ମନ୍ତ୍ରୀ କହିଛନ୍ତିଯେ, ବର୍ତ୍ତମାନ ମୁହୂର୍ତ୍ତରେ ଏ ବିଷୟରେ ନିଷ୍ପତି ନେବା କଷ୍ଟକର। ଏପ୍ରିଲ ୧୪ ପରେ ପରିସ୍ଥିତି ସମୀକ୍ଷା କରିବେ, ଏବଂ କେବେ ଖୋଲିବ ତାହା ପରିସ୍ଥିତି ଉପରେ ନିର୍ଭର କରେ।

“୩୪ କୋଟି ଛାତ୍ରଛାତ୍ରୀ ଆମ ଦେଶରେ। ଆମେରୀକାର ଜନସଂଖ୍ୟା ଠାରୁ ଅଧିକ। ସେମାନେ ଆମର ସମ୍ବଳ। ଛାତ୍ର ଏବଂ ବିଦ୍ୟାଳୟର ନିରାପଦ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ।”