ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) କରୋନାଭାଇରସ୍ କାରଣରୁ ଭାରତର ଅର୍ଥମନ୍ତ୍ରୀ ଖୁବ୍ ଶୀଘ୍ର ଏକ ଆର୍ଥିକ ପ୍ୟାକେଜ୍ ର ଘୋଷଣା କରାଯିବ ବୋଲି ପ୍ରକାଶ କରିଛନ୍ତି। ଇତି ମଧ୍ୟରେ ଡେବିଟ୍ କାର୍ଡଧାରୀମାନଙ୍କ ପାଇଁ ଆସିଛି ଖୁସି ଖବର। ଡେବିଟ୍ କାର୍ଡଧାରୀମାନେ ଯେ କୌଣସି ବ୍ୟାଙ୍କ ଏଟିଏମରୁ ନଗଦ ଟଙ୍କା ଉଠାଇଲେ କୌଣସି ଚାର୍ଜ ଲାଗିବନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏହା ଆସନ୍ତା ୩ ମାସ ପାଇଁ କାର୍ଯ୍ୟକାରୀ ହେବ।