Odiapua.com

ଇଣ୍ଡୋନେସିଆରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୪୨ କୁ ବୃଦ୍ଧି – ୮୦୦ ରୁ ଉର୍ଦ୍ଧ୍ୱ ଆହତ

ଜାକର୍ତ୍ତା/ନୂଆ ଦିଲ୍ଲୀ , ୧୬ ଜାନୁଆରୀ (ଓଡ଼ିଆ ପୁଅ) ଇଣ୍ଡୋନେସିଆର ପଶ୍ଚିମ ସୁଲାୱେସି ପ୍ରଦେଶରେ ହୋଇଥିବା ଭୂମିକମ୍ପରେ ୪୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫, ୦୦୦ ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିସହ ୮୦୦ ଲୋକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂମିକମ୍ପର ମାତ୍ରା ୬.୨ ଥିଲା। ଭୂକମ୍ପରେ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ଉଦ୍ଧାରକାର୍ଯ୍ୟ ଚାଲୁ ରହିଛି।