Odiapua.com

ଗୋଳବାଇରେ ଯୁବକଙ୍କ ମୃତ୍ୟୁ: ସନ୍ଦେହରେ ଦୁର୍ଘଟଣା ନାଁ ହତ୍ୟା?

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଳବାଇ ଗ୍ରାମର ଜଣେ ଯୁବକଙ୍କର ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ପୁଅ ସୁକାନ୍ତ କୁମାର ନାୟକ (୨୮)। ଏ’ ନେଇ ସୁକାନ୍ତ ନାୟକଙ୍କ ଭିଣୋଇ ଶିବ ସାହୁ ଜଙ୍କିଆ ଥାନାରେ ଏକ ଲିଖିତ ଅଭିଯୋଗ କରି ଲେଖିଛନ୍ତି, ସୁକାନ୍ତ ଶୁକ୍ରବାର ରାତିରେ ଢାବାରୁ ଖାଦ୍ୟ ଧରି ଘରକୁ ଫେରୁଥିବା ସମୟରେ ରାଣୀଦେବୀ କ୍ରସର ନିକଟରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ, ସୁକାନ୍ତଙ୍କ ମୁଣ୍ଡରରେ ଗୁରୁତ୍ୱର ଆଘାତ ଲାଗିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହା ଦୁର୍ଘଟଣା ନାଁ ହତ୍ୟା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏ ନେଇ ଜଙ୍କିଆ ଥାନାରେ ୩୫୨/୨୩ରେ ଏକ ମାମଲା ରୃଜୁ ହୋଇଛି।
-/Dev@DRath