Odiapua.com

ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିପିଲିର ଅତିରିକ୍ତ ପ୍ରାଣୀ ଚିକିତ୍ସକ

ପୁରୀ ୧୦-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଡଃ ଶୁଭ୍ରାଂଶୁ ସାହୁ, ପିପିଲିର ଅତିରିକ୍ତ ପ୍ରାଣୀ ଚିକିତ୍ସକ, ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଡିଭିଜନର ଭିଜିଲାନ୍ସ ଅଧିକାରୀମାନଙ୍କ ହାତରେ ଧରାପଡ଼ିଛନ୍ତି।

ଡାକ୍ତର ସାହୁ, ଶ୍ରୀ ସନାତନ ବେହେରା ନାମକ ବ୍ୟକ୍ତିଙ୍କ ଠାରୁ ୭୦ ହଜାର ଟଙ୍କାର ଏକ ବିଲ୍ ପାଶ୍ କରାଇବା ପାଇଁ ଏହି ଲାଞ୍ଚ ନେଉଥିଲେ।

ଲାଞ୍ଚ ରାଶି ଡାକ୍ତରଙ୍କ ନିକଟରୁ ଉଦ୍ଧାର କରିଛନ୍ତି ଭିଜିଲାନ୍ସ ଅଧିକାରୀ।

ଏହି ସଂପର୍କରେ ଭୁବନେଶ୍ୱର ଭିଜିଲାନ୍ସ PS କେସ୍ ନଂ- ୨୧/୨୦୨୦ ରେ ପଞ୍ଜିକୃତ ହୋଇଛି।