ନୂଆ ଦିଲ୍ଲୀ ୨-୨ (ଓଡ଼ିଆ ପୁଅ) ନିର୍ବାଚନ ଆୟୋଗଙ୍କର ଆଦେଶ ଉପରେ ସାଉଥ ଇଷ୍ଟ ଦିଲ୍ଲୀର ଡିସିପି ଚିନ୍ମୟ ବିଶ୍ୱାଳଙ୍କୁ ବର୍ତ୍ତମାନ ପଦରୁ କାର୍ଯ୍ୟମୁକ୍ତ କରି ଦିଆଯାଇଛି। ସେ ଗୃହ ମନ୍ତ୍ରାଣାଳୟକୁ ରିପୋର୍ଟ କରିବେ। ୧୯୯୭ ବ୍ୟାଚର ଆଇପିଏସ କୁମାର ଜ୍ଞାନେଶଙ୍କୁ ସାଉଥ ଇଷ୍ଟ ଦିଲ୍ଲୀ ଡିସିପି ଭାବରେ ନୂଆ ଚାର୍ଜ ଦିଆ ଯାଇଛି।
ନିର୍ବାଚନ ଆୟୋଗ ଚିନ୍ମୟ ବିଶ୍ୱାଳଙ୍କୁ ପଦରୁ ହଟାଇବା ପଛରେ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ଏପରି କରିଥିବାର କୁହାଯାଇଛି। କୁହାଯାଇପାରେଯେ, ଏହି କ୍ଷେତ୍ରରେ ଜାମିଆ ବିଶ୍ବବିଦ୍ୟାଲୟ ବାହରେ ଏବଂ ଶାହୀନ ବାଗରେ ଗୁଳିଚାଳନାର ଦୁଇଟି ଘଟଣା ହୋଇସାରିଛି।
ଦିଲ୍ଲୀର ଜାମିଆ ନାମକ ଯାଗାରେ ଗୁରୁବାରଦିନ ଜଣେ ଛାତ୍ର ଗୁଳିଚାଳନା କରିଥିଲା। ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୁଦ୍ଧରେ ମାର୍ଚ୍ଚ କରୁଥିବା ଜାମିଆ ମିଲ୍ଲିଆର ଛାତ୍ରମାନଙ୍କ ଉପରେ ୧୭ ବର୍ଷୀୟ ନାବାଳକ ପୋଲିସ ସାମନାରେ ଗୁଳିଚଳାଇଥିଲା। ଏଥିରେ ଜାମିଆର ଜଣେ ଛାତ୍ର ଆହତ ହୋଇଥିଲେ। ଆକ୍ରମଣକାରୀ ଗ୍ରେଟର ନୋଏଡାର ଜେବରରେ ତାର ଘର ବୋଲି ଜଣାପଡ଼ିଛି। ସେ ଦେଢ଼ ମିନଟ ପର୍ଯ୍ୟନ୍ତ ସଡ଼କ ଉପରେ ଦେଶୀ ବନ୍ଧୁକ ଉଠାଇ ବୁଲଉଥିଲା। ପୁଲିସ ହତ୍ୟାର ପ୍ରୟାସ କରିବାର ମାମଲା ରୁଜୁ କରି ଜାଞ୍ଚ କ୍ରାଇମ ବ୍ରାଞ୍ଚକୁ ଦେଇଛି।
ଏହା ପୂର୍ବରୁ ଦିଲ୍ଲୀର ଶାହୀନ ବାଗରେ ଗୁଳିଚାଳନାର ଘଟଣା ସାମନାକୁ ଆସିଥିଲା। ଘଟଣା ପରେ ପୋଲିସ ଗୁଳି ଚଲାଇଥିବା ବ୍ୟକ୍ତିକୁ ଗିରଫ କରିଛି। ସୂଚନାଯୋଗ୍ୟଯେ, ନାଗରିକତା ସଂଶୋଧନ ଆଇନ୍ ଏବଂ ଏନଆରସି କୁ ନେଇକରି ଲୋକମାନେ ଏକ ମାସରୁ ମଧ୍ୟ ଅଧିକ ସମୟ ଧରି ବିରୋଧ ପ୍ରଦର୍ଶନ କରୁଛନ୍ତି। ଦିଲ୍ଲୀ ଡିସିପି ଚିନ୍ମୟ ବିଶ୍ୱାଳ ଶାହୀନ ବାଗରେ ଗୁଳିଚାଳନା ଘଟଣାରେ କହିଛନ୍ତି କି ସେହି ବ୍ୟକ୍ତି ପବନରେ ଗୁଳିଚାଳନା କରିଥିଲା। ପୋଲିସ ତୁରନ୍ତ ତାଙ୍କୁ ଧରି ନେଇଥିଲା ଶାହୀନ ବାଗରେ ଗୁଳିଚାଳନା କରିଥିବା ବ୍ୟକ୍ତି ନିଜର ନାମ କପିଲ ଗୁର୍ଜର ବୋଲି କହିଥିଲା ଏବଂ ଦଲ୍ଲୁପୁରା ଗ୍ରାମର (ନୋଏଡା ସୀମା ପାଖରେ) ନିବାସୀ ବୋଲି କହିଛି।