Odiapua.com

୩ରେ ଶ୍ରୀ ସାଇ ଡ୍ୟାନ୍ସ୍ ଏକାଡେମୀ ବାର୍ଷିକ ଉତ୍ସବ ..

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଶ୍ରୀ ସାଇ ଡ୍ୟାନ୍ସ୍ ଏକାଡେମୀର ବାର୍ଷିକ ଉତ୍ସବ ଆସନ୍ତା ୩ ତାରିଖ ଶୁକ୍ରବାର ଦିନ ସ୍ଥାନୀୟ ଲକ୍ଷ୍ମୀ ବଜାର ଠାରେ ଅନୁଷ୍ଠିତ ହେବ। ଏଥିରେ ଅନୁଷ୍ଠାନର ସଭାପତି କେଶବ ଚନ୍ଦ୍ର ରାଉତରାୟ ଏବଂ ଆବାହକ ସୁବାସ ଚନ୍ଦ୍ର ଦାସଙ୍କ ସମେତ ବିଶିଷ୍ଟ ସଂଗୀତଜ୍ଞ ଗୁରୁ ପ୍ରଭାକର ଶ୍ରୀଚନ୍ଦନ, ଶିକ୍ଷାବିତ୍ ଓ ସାରସ୍ବତ ସାଧକ ଗୁରୁ ପଣ୍ଡିତ ବିଶ୍ବନାଥ ରଥ, ସୁବିଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ଓ ତ୍ରିଧାରା ନିର୍ଦ୍ଦେଶକ ଗୁରୁ ଡ. ଗଜେନ୍ଦ୍ର ପଣ୍ଡା, ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜୀନ୍ଦ୍ର କିଶନ୍ ଏବଂ ପୂର୍ବତନ ଜିଲ୍ଲାପାଳ ତଥା ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଦେବରାଜ ସେନାପତି ପ୍ରମୂଖ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେବେ। ଏହି ଅବସରରେ ଗୁରୁ ଡ. ଗଜେନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶିତ ତ୍ରିଧାରା ଶିଳ୍ପୀ ଓ ଶ୍ରୀ ସାଇ ଡ୍ୟାନ୍ସ ଏକାଡ଼େମୀ ଶିଳ୍ପୀଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ହେବ ବୋଲି ଅନୁଷ୍ଠାର ସମ୍ପାଦିକା ତଥା ନିର୍ଦ୍ଦେଶିକା ସଂଯୁକ୍ତା ରାଣୀ ରାଉତରାୟ ସୂଚନା ଦେଇଛନ୍ତି।
-/DevDrath