Odiapua.com

ଖୋଲାରେ ଶୌଚ କରିବାରୁ ଦୁଇ ଜଣଙ୍କୁ ମୃତ୍ୟୁଦଣ୍ଡ: ଅଭିଯୁକ୍ତ କହିଲା ଏହା ଈଶ୍ୱରଙ୍କ ଆଦେଶ ଥିଲା!

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶିବପୁର ଜିଲ୍ଲା ଅନ୍ତର୍ଗତ ଭାବଖେଡ଼ି ଗ୍ରାମରେ ଦୁଇ ଜଣ ଦଳିତ ସଂପ୍ରଦାୟର ପିଲା ଜଣେ ବ୍ୟକ୍ତଙ୍କର ବାରି ପଟେ ଶୌଚ କରିବାରୁ ଉଭୟଙ୍କୁ ପିଟିପିଟି ହତ୍ୟା କରାଯାଇଛି।ମୃତକ ଦୁଇ ଜଣଙ୍କ ମଧ୍ୟରେ ଜଣେ ୧୧ ବର୍ଷର ବାଳକ (ଅବିନାଶ) ଏବଂ ଜଣେ ୧୨ ବର୍ଷର ବାଳିକା (ରୋଶନି) ଅଛନ୍ତି।ପୋଲିସ ମୁଖ୍ୟ ଅଭିଯୁକ୍ତ ହାକମ ସିଂହ ଯାଦବ ଏବଂ ତାଙ୍କୁ ସହଯୋଗ କରିଥିବା ତାଙ୍କ ଭାଇ ରାମେଶ୍ୱର ଯାଦବଙ୍କୁ ଗିରଫ କରିଛି।ହାକମଙ୍କ ବାରିପଟେ ଅବିନାଶ ଏବଂ ରୋଶନି ଶୌଚ କରିବାରୁ ହଠାତ୍ ହାକମ ଆସି ଉଭୟଙ୍କୁ ଏକ ଲୁହା ଛଡ଼ରେ ପିଟି ଚାଲିଲେ।ରାମେଶ୍ୱର ମଧ୍ୟ ତାଙ୍କୁ ଏଥିରେ ସହଯୋଗ କରିଥିଲେ।ତେବେ ଚିତ୍କାର ଶୁଣି ଗ୍ରାମବାସୀ ଆସି ଅବିନାଶ ଏବଂ ରୋଶନିଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନା ନେଇଥିଲେ।କିନ୍ତୁ, ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।ତେବେ ମୁଖ୍ୟ ଅଭିଯୁକ୍ତ ହାକମ କହିଛି, ‘ସେ ଦୁଇ ଜଣଙ୍କୁ ହତ୍ୟା କରିବା ଭଗବାନଙ୍କର ଇଚ୍ଛା ଥିଲା।ଭଗବାନ ମୋ ସ୍ୱପ୍ନରେ ଆସି ରାକ୍ଷସଙ୍କୁ ମାରିବାକୁ ମତେ ଆଦେଶ ଦେଲେ।ମୁଁ ଆଦେଶ ପାଳନ କଲି’।ପୋଲିସ କହିଛି ହାକମଙ୍କ କାର୍ଯ୍ୟ ଏପରି ଥିଲା ଯେପରି କି ସେ ଜଣେ ମାନସିକ ରୋଗୀ।ଘଟଣାକୁ ନେଇ ତୀବ୍ର ନିନ୍ଦା କରାଯାଉଛି।ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷା ମାୟାବତୀ କହିଛନ୍ତି ଏପରି ଘଟଣା ବାରମ୍ବାର ଘଟୁଛି।ଦେଶରେ ଦଳିତ ସୁରକ୍ଷିତ ନାହାଁନ୍ତି।ସେହିପରି ବିଜେପି ନେତ୍ରୀ ତଥା ଭୋପାଳ ସାଂସଦ ସାଧ୍ଵୀ ପ୍ରଜ୍ଞା ସିଂ ଠାକୂର କହିଛନ୍ତି ପଶୁ ବାରିପଟେ କଲେ ଚଳୁଛି, ମନୁଷ୍ୟ ନୁହଁ?ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡର ମିଳିବା ଉଚିତ ବୋଲି ସେ କହିଛନ୍ତି।//ଦେବଦତ୍ତ ରଥ