Odiapua.com

ବଡ଼ ଘୋଷଣା : ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର୍ ଡେଲ ଷ୍ଟେନ ଟେଷ୍ଟ କ୍ରିକେଟରୁ ନେଲେ ସନ୍ୟାସ

ନୂଆ ଦିଲ୍ଲୀ ୫-୮ (ଓଡ଼ିଆ ପୁଅ) ଦକ୍ଷିଣ ଆଫ୍ରିକାର ମହାନ ଫାଷ୍ଟ ବୋଲର୍ ଡେଲ ଷ୍ଟେନ ଟେଷ୍ଟ କ୍ରିକେଟରୁ ସଂନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଦକ୍ଷିଣ ଆଫ୍ରିକା କ୍ରିକେଟ ଆସୋସିଏସନ ଏହି ସୂଚନା ଦେଇଛି। ଷ୍ଟେନ ତୁରନ୍ତ ପ୍ରଭାବରୁ ଟେଷ୍ଟ କ୍ରିକେଟ ଛାଡ଼ିଛନ୍ତି। ଏକ ବୟାନରେ ଆସୋସିଏସନ୍ ତରଫରୁ କୁହାଯାଇଛିଯେ, ‘ଡେଲ ସ୍ଟେନ ଲାଲ ବଲ୍ କ୍ରିକେଟରୁ ତୁରନ୍ତ ପ୍ରଭାବରୁ ସଂନ୍ୟାସ ନେବାର ଘୋଷଣା କରି ଆଧୁନିକ ଜଗତର ମହାନ ତେଜ ବୋଲରଙ୍କ କ୍ୟାରିୟର ଉପରେ ବିରାମ ଲଗାଇ ଦେଇଛନ୍ତି।’