Odiapua.com

‘D’ ମାନେ ଡ୍ରଗ୍ସ; ‘D’ ମାନେ ଦୀପିକା: ଡ୍ରଗ୍ସ୍ କନେକ୍ସନରେ ଦୀପିକା ପାଦୂକୋଣେଙ୍କ ନାମ !

ନୂଆଦିଲ୍ଲୀ: ବଲିଉଡ ଡ୍ରଗ୍ସ ମାମଲାରେ ସବୁଠୁ ବଡ଼ ନାମ ଖୁଲାସା ହୋଇଛି। ରିୟା ଚକ୍ରବର୍ତ୍ତୀ, ସାରା ଅଲ୍ଲୀ ଖାନ, ରାକୁଲ ପ୍ରୀତ ସିଂ ଏବଂ ଶ୍ରଦ୍ଧା କପୁରଙ୍କ ପରେ ଏବେ ଦୀପିକା ପାଦୂକୋଣେଙ୍କ ନାମ ମଧ୍ୟ ଏହି ତାଲିକାରେ ଯୋଡ଼ି ହୋଇଛି। ଦୀପିକାଙ୍କ ଡ୍ରଗ୍ ଚାଟ୍ ସାମ୍ନାକୁ ଆସିଛି। ଦୀପିକା କରିସ୍ମାଙ୍କ ସହ ଡ୍ରଗ୍ ବିଷୟରେ ଚାଟ୍ କରିଛନ୍ତି। କରିସ୍ମା KWAN ପ୍ରତିଭା ପରିଚାଳନା ଏଜେନ୍ସିର ଜଣେ କର୍ମଚାରୀ। ସୂତ୍ରରୁ ପ୍ରକାଶ ଯେ ଖୁବ ଶୀଘ୍ର ଦୀପିକା ପାଦୂକୋଣେଙ୍କୁ ପଚରାଉଚରା ପାଇଁ ଏନସିବି ସମନ୍ ଜାରୀ କରିବ। ଡ୍ରଗ୍ ଚାଟରେ ଦୀପିକା କରିସ୍ମାଙ୍କୁ ପଚାରିଛନ୍ତି, ତୁମ ପାଖରେ ମାଲ୍ ଅଛି କି। ଏହାର ଉତ୍ତରରେ କରିସ୍ମା କହିଛନ୍ତି, ମୋ ପାଖରେ ଅଛି, କିନ୍ତୁ ଘରେ ଅଛି। ଯଦି କହିବ ମୁଁ ଅମିତକୁ ପଚାରିବି। ଏହାର ଉତ୍ତରରେ ଦୀପିକା କହିଛନ୍ତି ହଁ, ପ୍ଲିଜ୍। ଏହାପରେ କରିସ୍ମା କହିଛନ୍ତି, ଅମିତ ପାଖରେ ଅଛି, ସେ ନେଇକି ଯାଉଛି। ଏହାପରେ ଦୀପିକା କହିଛନ୍ତି Hash ନାଁ ବିଡି ନାହିଁ। ଏହି ଚାଟ୍ ୨୦୧୭ ଅକ୍ଟୋବର ମାସର।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ ବେଳେ ଡ୍ରଗ୍ ଆଙ୍ଗଲ୍ ପଦାକୁ ଆସିଥିଲା। ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ ଚାଟ୍ ପ୍ରଥମେ ପ୍ରକାଶ ପାଇଲା। ଯାହା ପରେ ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଦ୍ୱାରା ତାଙ୍କୁ ଗିରଫ କରାଯାଇଥିଲା। ରିୟା ଏନସିବି ସାମ୍ନାରେ ସାରା ଅଲ୍ଲୀ ଖାନ, ରାକୁଲପ୍ରୀତ ଏବଂ ଫ୍ୟାଶନ ଡିଜାଇନର୍ ସିମୋନ ଖମ୍ବାଟାଙ୍କ ନାମ ନେଇଥିଲେ। ବଲିଉଡର ବଡ଼ବଡ଼ ସେଲିବ୍ରିଟି ମାନଙ୍କ ନାମ ଏବେ ଏହି ଡ୍ରଗ୍ ଚାଟରେ ଆସୁଛି। ଏଥିରେ ଶ୍ରଦ୍ଧା କପୁରଙ୍କ ନାମ ମଧ୍ୟ ରହିଛି। ଶ୍ରଦ୍ଧା କପୁର ଏବଂ ଜୟା ସାହାଙ୍କ ଡ୍ରଗ୍ ଚାଟ୍ ସାମ୍ନାକୁ ଆସିଛି। ଏନସିବି ଦ୍ୱାରା ପଚରାଉଚରା ପାଇଁ ଶ୍ରଦ୍ଧା କପୁର ଏବଂ ସାରା ଅଲ୍ଲୀ ଖାନଙ୍କୁ ଡକାଯାଇ ପାରେ। ଦୁହେଁ ସୁଶାନ୍ତ ସିଂ ରାଜପୁତଙ୍କ ସହ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଏନସିବି ସୁଶାନ୍ତଙ୍କ ପ୍ରତିଭା ପରିଚାଳକ ଜୟା ସାହାଙ୍କୁ ପ୍ରଶ୍ନ କରିଛି। ଏହି ମାମଲାରେ ଏନସିବି ବର୍ତ୍ତମାନ ସୁଦ୍ଧା ଏକ ଡଜନରୁ ଅଧିକ ଲୋକଙ୍କୁ ଗିରଫ କରିଛି। /- @DevDr