ଭୁବନେଶ୍ୱର: ବିଜେପି ନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାର ଏବଂ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ମଧ୍ୟରେ କିଏ ବଡ଼ ପାଦଚଟା, କିଏ ବଡ଼ ଚାଟୁକାର? ଏକଥା ଆମେ କହୁନୁ, ପରସ୍ପରକୁ ବଡ଼ ପାଦଚଟା, ବଡ଼ ଚାଟୁକାର ବୋଲି ଆକ୍ଷେପ କରି ସେ ଉଭୟ ନେତ୍ରୀ ଏବେ କଳି ଲାଗିଛନ୍ତି। ଉଭୟ ଉଭୟଙ୍କୁ ବଡ଼ ପାଦଚଟା, ବଡ଼ ଚାଟୁକାର ବୋଲି ଆକ୍ଷେପ କରି ନିଜ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ବାସ୍ତବରେ ପ୍ରଥମେ ଶ୍ରୀମୟୀ ମିଶ୍ର ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଟାର୍ଗେଟ୍ କରି କିଛି ପୋଷ୍ଟ କରିବା ପରେ ଶ୍ରୀମୟୀଙ୍କ ସେହି ପୋଷ୍ଟର ସ୍କ୍ରିନସର୍ଟ ପୋଷ୍ଟ କରି ଶ୍ରୀମୟୀଙ୍କୁ ଆକ୍ଷେପ କରି ଲେଖାଶ୍ରୀ ଲେଖିଲେ, “ସତ କହିବାରୁ ମ୍ୟାଡାମଙ୍କ ଦେହ ଜଳୁଛି। ଓଡିଶାକୁ ତାମିଲ କିରାଣୀ ଓ ତାମିଲ ମାଫିଆଙ୍କୁ ବିକିଦେଲା ବେଳକୁ ପୁରା ବିଜୁ ଜନତା ଦଳ ନେତାଙ୍କୁ ସାପ ଶୁଙ୍ଘି ଦେଉଛି। ନିଜ ମୁଖିଆଙ୍କୁ ଡାକ୍ତରୀ ମାଇନା ତ କରାଉଛନ୍ତି, ନିଜ ମୁଣ୍ଡକୁ ବି ପରୀକ୍ଷା କରନ୍ତୁ। 5T ପାଦ ଚାଟି ଚାଟି ନିଜ ଦାୟିତ୍ଵ ଓ ସ୍ୱାଭିମାନ ଭୁଲି ଗଲେଣି।” ଏହାପରେ ଏହାର ଜବାବରେ ଲେଖାଶ୍ରୀଙ୍କ ଏହି ପୋଷ୍ଟର ସ୍କ୍ରିନସର୍ଟ ପୋଷ୍ଟ୍ କରି ଲେଖାଶ୍ରୀଙ୍କୁ ଟାର୍ଗେଟ୍ କରି ଶ୍ରୀମୟୀ ଲେଖିଲେ, “ମ୍ୟାଡାମ, ବିଜେପି କର୍ମୀ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ଯେ, ଓଡିଶା ବିଜେପିର ଜଣେ ନେତାଙ୍କ ପାଦୁକା ସେବା କରି ଆପଣ ରାଜନୀତିରେ ତିଷ୍ଠିଛନ୍ତି ଏବଂ ଚାଟୁକାରିତାର ସବୁ ସୀମା ଟପିଯାଉଛନ୍ତି।
-/DevDRath