Odiapua.com

କର୍କଟ ରୋଗ ସଚେତନତା ପାଇଁ ସାଇକେଲରେ ଅଭିଯାନ

ରୋଗ ବିଜୟିନୀ ମନୀଷା କୋଇରାଲା ଅଭିଯାନର ଶୁଭାରମ୍ଭ କଲେ

ବ୍ରହ୍ମପୁର : ୨/୧୨/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) କର୍କଟ ରୋଗର କାରଣ ଓ ନିରାକରଣ ସଂପର୍କରେ ନିରବଚ୍ଛିନ୍ନ ଭାବେ ଜନସଚେତନତା ସୃଷ୍ଟି କରି ଆସୁଥିବା ବଲିଉଡ଼୍ ସିନେ ଅଭିନେତ୍ରୀ ତଥା କର୍କଟ ରୋଗରେ ପିଡ଼ିତା ମନୀଷା କୋଇରାଲା ବ୍ରହ୍ମପୁର ସହର ନିକଟରେ ଆଜି ଏକ ସଚେତନତା ରାଲିର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ଗୋଳାବନ୍ଧ ସ୍ଥିତଆର୍ମିଏ .ଡ଼ି. କଲେଜ୍ ପରିସରରେ ନୂଆଦିଲ୍ଲୀରସ୍ୱେଚ୍ଛାସେବୀ ସଂଗଠନ ଗ୍ରାମୀଣ ସ୍ନେହ ଫାଉଣ୍ଡେସନର ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରାର ଆୟୋଜନ ହୋଇଥିଲା। ଏହି ସାଇକେଲ ଯାତ୍ରାକୁ ଫାଉଣ୍ଡେସନ୍ ର କର୍ମକର୍ତା ଆର୍ମି ଏ .ଡ଼ି .କଲେଜ୍ ର ମେଜର୍ ଜେନେରାଲ ପି.ଏସ୍. ଭାଟିଆଙ୍କ ଉପସ୍ଥିତିରେ ମନୀଷା ସବୁଜ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ବ୍ରହ୍ମପୁର ସ୍ପୋର୍ଟସ୍ ହଷ୍ଟେଲର କିଛି ଖେଳାଳୀ ମଧ୍ୟ ଏହି ସାଇକେଲ ଯାତ୍ରାରେ ସାମିଲ୍ ହୋଇଥିଲେ। ତେବେ ସେମାନେ ବ୍ରହ୍ମପୁର ସହର ପର୍ଯ୍ୟନ୍ତ ଯାତ୍ରୀ ଦଳ ସହ ଯାଇଥିବା ବେଳେ ଏହି ଦଳ ଆନ୍ଧ୍ର ପ୍ରଦେଶର ହରିପୁର ଅଭିମୂଖେ ଯାତ୍ରା କରିଛନ୍ତି। ସେଠାରୁ ସେମାନେ ତେଲେଙ୍ଗାନା, କର୍ଣ୍ଣାଟକ ଦେଇ ମହାରାଷ୍ଟ୍ରର ପୁନେ ସହରରେ ପହଂଚିବେ। ୫ ଟି ରାଜ୍ୟର ୧୪ ଟି ଜିଲ୍ଲା ଦେଇ ସେମାନେ ୧୪୮୧ କି.ମି ସାଇକେଲ ଯୋଗେ ଯିବା କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେମାନେ ରାସ୍ତାରେ ବିଭିନ୍ନ ସ୍କୁଲ, ଗ୍ରାମ ଓ ସହରରେ କର୍କଟ ରୋଗର କାରଣ ଓ ନିରାକରଣ ସଂପର୍କରେ ଲୋକଙ୍କୁ ସଚେତନ କରିବେ ଏବଂ ଚିହ୍ନଟ ହୋଇଥିବା ୨୫ ଟି ପଏଂଟରୁ କିଛି ସାଇକେଲ ଯାତ୍ରୀ ମଧ୍ୟ ଏହି ଟିମ୍ ରେ ସାମିଲ୍ ହେବାକାର୍ଯ୍ୟକ୍ରମ ରହିଛି। ଡ଼ିସେମ୍ବର ୨୫ ତାରିଖ ଦିନ ପୁନେରେ ସାଇକେଲ ଯାତ୍ରା ଶେଷ ହେବ।