Odiapua.com

ସୁରକ୍ଷା କର୍ମୀଙ୍କଠୁ ଏକେ- ୪୭ ଛଡ଼ାଇ ନେଲେ ଆତଙ୍କବାଦୀ: ଲାଗିଲା କର୍ଫ୍ୟୁ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କିସ୍ତବାଡ଼ ଠାରେ ଆତଙ୍କବାଦୀ ମାନେ ସୁରକ୍ଷା କର୍ମୀଙ୍କ ଠାରୁ ଏକେ- ୪୭ ରାଇଫଲ୍ ଛଡ଼ାଇ ନେଇଛନ୍ତି।ଜନୈକ ପିଡିପି ନେତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପିଏସଓଙ୍କ ଠାରୁ ଆତଙ୍କବାଦୀ ଏକେ- ୪୭ ରାଇଫଲ୍ ଛଡ଼ାଇ ନେଇଛନ୍ତି।ଏହାପରେ ସଂପୃକ୍ତ ଜିଲ୍ଲାରେ ତୁରନ୍ତ କର୍ଫ୍ୟୁ ଲଗାଇ ଦିଆଯିବା ସହ ବଡ଼ ଧରଣର ସର୍ଚ୍ଚ ଅଭିଯାନ ଚାଲିଛି।ସୂଚନା ମୁତାବକ ପିଡିପିର କିସ୍ତବାଡ଼ ଜିଲ୍ଲା ଅଧ୍ୟକ୍ଷତା ଶେଖ ନାସିରଙ୍କର ପିଏସଓଙ୍କ ଘରେ ବସି ଆତଙ୍କି ତାଙ୍କ ଠାରୁ ରାଇଫଲ୍ ଛଡ଼ାଇ ନେଇଛନ୍ତି।ଧାରା ୩୭୦ ଉଚ୍ଛେଦ ପରେ ଆତଙ୍କବାଦୀ ମାନେ ଏପରି ବନ୍ଧୁକ ଛଡ଼ାଇ ନେବା ଏହା ଦୂତୀୟ ଘଟଣା।ଗତ ମାର୍ଚ୍ଚ ୮ ତାରିଖରେ ସହିଦୀ ମଜାର ଅଞ୍ଚଳରେ ପିଏସ ଓ ଦଲିପ କୁମାରଙ୍କ ଘରେ ପଶି ଆତଙ୍କି ମାନେ ଏକେ- ୪୭ ଏବଂ ୯୦ ଗୁଳି ଛଡ଼ାଇ ନେଇଥିଲେ।//ଦେବଦତ୍ତ ରଥ