Odiapua.com

ଭାରତର ପୂର୍ବତନ କ୍ରିକେଟ ଅଧିନାୟକ କପିଲ ଦେବ ହୃଦଘାତରେ ପୀଡିତ, ହସ୍ପିଟାଲରେ ଭର୍ତ୍ତି

ନୂଆ ଦିଲ୍ଲୀ ୨୩-୧୦ (ଓଡ଼ିଆ ପୁଅ) ଭେଟେରାନ କ୍ରିକେଟର ତଥା ପୂର୍ବତନ ଅଧିନାୟକ କପିଲ ଦେବ ହୃଦଘାତରେ ପୀଡିତ ହେବା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ତାଙ୍କର ଦିଲ୍ଲୀର ଓଖଲାରେ ଥିବା ଫର୍ଟିସ୍ ହସ୍ପିଟାଲରେ ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏପରି ହଠାତ୍ ଖବର ସାରା ବିଶ୍ୱରେ ପ୍ରଶଂସକଙ୍କୁ ଚକିତ କରି ଦେଇଛି। ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଶଂସକମାନେ। ତାଙ୍କର ତୁରନ୍ତ ଅସ୍ତ୍ରୋପଚାର ପରେ ସେ ଭଲ ଅଛନ୍ତି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ୬୧ ବର୍ଷର କପିଲ ଦେବଙ୍କର ମଧୁମେହର ଇତିହାସ ଅଛି।