Odiapua.com

ଫେବୃଆରୀ ୧୪: ଭାଲେଣ୍ଟାଇନ୍ ଡେ’ ଏଥର କାଓ ହଗ୍ ଡେ’ ..

ନୂଆଦିଲ୍ଲୀ/ଭୁବନେଶ୍ୱର: ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସପ୍ତାହକୁ ଭାଲେଣ୍ଟାଇନ୍ ଉଇକ୍ ଭାବରେ ପାଳନ କରାଯାଏ। ତନ୍ମଧ୍ୟରେ ଫେବୃୟାରୀ ୭ ରୋଜ୍ ଡେ’, ଫେବୃୟାରୀ ୮ ପ୍ରପୋଜ୍ ଡେ’, ଫେବୃୟାରୀ ୯ ଚକୋଲେଟ୍ ଡେ’, ଫେବୃୟାରୀ ୧୦ ଟେଡି ଡେ’, ଫେବୃୟାରୀ ୧୧ ପ୍ରମିଜ୍ ଡେ’, ଫେବୃୟାରୀ ୧୨ ହଗ୍ ଡେ’, ଫେବୃୟାରୀ ୧୩ କିସ୍ ଡେ’ ଏବଂ ଶେଷରେ ଫେବୃୟାରୀ ୧୪ରେ ଭାଲେଣ୍ଟାଇନ୍ ଡେ’ ପାଳନ କରାଯାଏ। ପାଶ୍ଚାତ ଦେଶ ଗୁଡ଼ିକରେ ଏହା କେବେଠାରୁ ପାଳନ ହୋଇ ଆସୁଥିବା ବେଳେ ଭରତରେ ଏହା ଏହି କିଛି ବର୍ଷ ହେଲା ପ୍ରବେଶ କରିଛି। ଏହା ଏକ ଅପସଂସ୍କୃତି କହି ଦେଶରେ ବିଭିର୍ଣ୍ଣ ସ୍ଥାନରେ ବିଭିର୍ଣ୍ଣ ହିନ୍ଦୁ ସଙ୍ଗଠନ ଏହାକୁ ବିରୋଧ କରି ଆସୁଛନ୍ତି। କେଉଁଠି ପାର୍କ ଉପରେ ପ୍ରେମୀ ଯୁଗଳଙ୍କ ଉପରେ ଆକ୍ରମଣ କରୁଛନ୍ତି ତ’ କେଉଁଠି ସେମାନଙ୍କର ଅଭିଭାବକଙ୍କୁ ଡକାଇ ଜୋର ଜବରଦସ୍ତ ବିବାହ କରାଉଛନ୍ତି। କେଉଁଠି କେଉଁଠି ଭାଲେଣ୍ଟାଇନ୍ ଉପହାର ବିକ୍ରି କରୁଥିବା ଦୋକାନ ଉପରେ ମଧ୍ୟ ଆକ୍ରମଣ କରୁଛନ୍ତି। ଅନେକ ସମୟରେ ଏହାକୁ ନେଇ ଅପ୍ରୀତିକର ତଥା ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଛି। ଭାଲେଣ୍ଟାଇନ୍ ଡେ’ ଦିବସ ପାଳନ କରାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେମାନଙ୍କର ମତ। ପାଶ୍ଚାତ ସଂସ୍କୃତି ମୋହରେ ପଡ଼ି ଯୁବପିଢ଼ି ଆଜି ପଥ ଭ୍ରଷ୍ଟ ହେଉଛନ୍ତି। ପ୍ରେମକୁ ବିରୋଧ କରାଯାଉନି। କିନ୍ତୁ ଏ’ ଦିବସର କିଛି ମାନେ ହିଁ ନାହିଁ। ବିବାହ ସମୟରେ ଅଗ୍ନିକୁ ସାକ୍ଷୀ ରଖି ସାତ ଘେରା ବୁଲି ଜନ୍ମ ଜନ୍ମାନ୍ତରର ସାଥୀ ହେବାର ପ୍ରତିଜ୍ଞା କରିବାଠାରୁ,ଏ ଭାଲେଣ୍ଟାଇନ୍ ଡେ’ କ’ଣ ବଡ଼ ବୋଲି ସେମାନଙ୍କର ପ୍ରଶ୍ନ। ମୌଳବାଦୀ ମୁସଲିମ ସଙ୍ଗଠନ ଗୁଡ଼ିକ ମଧ୍ୟ ଭାଲେଣ୍ଟାଇନ୍ ଡେ” ପାଳନକୁ ବିରୋଧ କରନ୍ତି। ତେବେ, ଚଳିତ ବର୍ଷ ଫେବୃଆରୀ ୧୪କୁ କାଓ ହଗ୍‌ ଡେ(Cow Hug Day) ଭାବେ ପାଳନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର। ଭାରତ ପଶୁ କଲ୍ୟାଣ ବୋର୍ଡ(AWBI) ପକ୍ଷରୁ ଏପରି ଅନୁରୋଧ କରାଯାଇଛି। ଗାଈକୁ କୋଳେଇ ନେବାକୁ ଅନୁରୋଧ କରିଛି AWBI। ଭାରତ ସରକାରଙ୍କର ମତ୍ସ୍ୟ,ପଶୁପାଳନ ଓ ଡାଏରୀ ମନ୍ତ୍ରାଳୟର ନିର୍ଦ୍ଦେଶାନୁସାରେ ପଶୁ କଲ୍ୟାଣ ବୋର୍ଡ ଏହି ନିର୍ଦ୍ଦେଶନାମା ଜାରି କରିଛି। ଏଥିରେ କୁହାଯାଇଛି ‘ଆମେ ସମସ୍ତେ ଜାଣନ୍ତି ଯେ ଗାଈ ଭାରତୀୟ ସଂସ୍କୃତି ଓ ଗ୍ରାମୀଣ ଅର୍ଥବ୍ୟବସ୍ଥାର ମେରୁହାଡ଼। ଆମ ଜୀବନର ସ୍ଥାୟିତ୍ୱକୁ ବଜାଇ ରଖିଥାଏ। ପଶୁଧନ ଜୈବ ବିବିଧନତାର ପ୍ରତିନିଧିତ୍ୱ କରିଥାଏ। ମାନବ ସମାଜକୁ ସବୁକିଛି ଦେଉଥିବା ମା ଭଳି ପୋଷୁଥିବାରୁ ଗାଈକୁ କାମଧେନୁ ଓ ଗୋମାତା ବୋଲି କୁହାଯାଏ।’ଅନୁରୋଧରେ ଆହୁରି କୁହାଯାଇଛି ଯେ “ଆମ ସମୟରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଗତି ଯୋଗୁ ବୈଦିକ ପରମ୍ପରା ସବୁ ବିଲୁପ୍ତ ପ୍ରାୟ ହୋଇଗଲାଣି। ପାଶ୍ଚାତ୍ୟ ସଭ୍ୟତାର ଚାକଚକ୍ୟ ଆମର ଭୌତିକ ସଂସ୍କୃତି ଓ ପରମ୍ପରାକୁ ଭୁଲାଇ ଦେଉଛି। ଗାଈରୁ ମିଳୁଥିବା ସର୍ବାଧିକ ଲାଭକୁ ଦେଖି ଗାଈକୁ କୋଳେଇ ନେବାର ଇଚ୍ଛା ଦେଶରେ ସମୃଦ୍ଧି ଆଣିଦେବ। ଏଥିରେ ବ୍ୟକ୍ତିଗତ ସାମୁହିକ ଓ ଖୁସି ବଢ଼ିବ। ଏଥିପାଇଁ ଗୌମାତାର ମହତ୍ୱକୁ ଦେଖି ସମସ୍ତ ଗାଈ ପ୍ରେମୀ ଫେବୃଆରୀ ୧୪କୁ “କାଓ ହଗ୍‌ ଡେ” ଭାବରେ ପାଳନ କରିପାରିବେ। ଜୀବନକୁ ଖୁସୀ ରଖିପାରିବା ସହ ଜୀବନର ଶୂନ୍ୟତାକୁ ଦୂର କରିପାରିବେ”। ସୂଚନାଯୋଗ୍ୟ ଯେ, ଭାରୀତୟ ପଶୁ କଲ୍ୟାଣ ବୋର୍ଡ ଭାରତ ସରକାରଙ୍କର ଏକ ସାମ୍ବିଧାନିକ ଶାଖା। ଏହାକୁ ପଶୁ ନିଷ୍ଠୁରତା ନିରବାରଣ ଅଧିନିୟମ ୧୯୬୦ (ପିସିଏ ଆକ୍ଟ) ଆଇନ ଅନୁସାରେ ସ୍ଥାପନା କରାଯାଇଥିଲା। ଏହି ବିଭାଗ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପଶୁ କଲ୍ୟାଣ ଦିଗରେ ପରାମର୍ଶ ଦେଇଥାଏ। ପଶୁ ମାନଙ୍କର ଉପାଦେୟ କେଉଁଥିରେ ଅଛି ସେ ବିଷୟରେ ବିଭାଗ ଅବଗତ କରାଇଥାଏ। ଏହାସହିତ ବିଭିଗ ପିସିଏ ଆକ୍ଟ ଦ୍ୱାରା ହେଉଥିବା ସମସ୍ତ କାର୍ଯ୍ୟର କାର୍ଯ୍ୟକାରୀତାର ବି ତଦାରଖ କରିଥାଏ।
-/DevDrath

ଆଇ ଲଭ୍ ୟୁ : ହାପ୍ପି ଭାଲେଣ୍ଟାଇନ୍ସ ଉଇକ୍ ..