ନୂଆ ଦିଲ୍ଲୀ ୭-୭ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୬୭ ମୃତ୍ୟୁ ଏବଂ ୨୨, ୨୫୨ ନୂତନ କରୋନାଭାଇରସ୍ ମାମଲା ରିପୋର୍ଟ ହୋଇଛି। ଭାରତର କୋଭିଡ-19, ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୭.୧୯ ଲକ୍ଷରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦, ୧୬୦ ରେ ପହଞ୍ଚିଛି। ଭାରତରେ ବର୍ତ୍ତମାନ ୨, ୫୯, ୫୫୭ ସକ୍ରିୟ କରୋନାଭାଇରସ୍ ମାମଲା ଥିବାବେଳେ ୪, ୩୯, ୯୪୮ ଆରୋଗ୍ୟ ହୋଇଛନ୍ତି।